Latest Odisha News

BREAKING NEWS

ବାହାର କର୍ମଚାରୀଙ୍କୁ ଭୁବନେଶ୍ୱର ମନା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ନୂଆ କଟକଣା । ବାହାର କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର ମନା ହୋଇଛି ।ଭୁବନେଶ୍ୱରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ ।

କଟକ, ଖୋର୍ଦ୍ଧା ବାହାରେ ରହୁଥିବା କର୍ମଚାରୀ କାର୍ଯ୍ୟାଳୟ ଆସିବା ନେଇ ଅନୁମତି ନାହିଁ । ଜୁଲାଇ ୩୧ ଯାଏଁ କାର୍ଯ୍ୟାଳୟ ନ ଆସିବାକୁ ସରକାର କଟକଣା ଲାଗୁ କରିଛନ୍ତି । କେବଳ କଟକ, ଖୋର୍ଦ୍ଧା ମୁନିସପାଲଟି ଅଞ୍ଚଳର କର୍ମଚାରି ଆସିପାରିବେ ।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା କବଳରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଆଜି କରୋନା ମୁକାବିଲା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.