Latest Odisha News

BREAKING NEWS

ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି: ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ନିଆଳିରୁ । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।

ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟିକା ଦେବାକୁ ଯାଇଥିଲେ। ଟିକା ଦାନ କାର୍ଯ୍ୟ ଚାଲି ଥିବାବେଳେ ହଠାତ୍‌ ନର୍ସଙ୍କ ସ୍ୱାମୀ ସେଠାରେ ପହଞ୍ଚିଥିଲେ। ଏହାପରେ ନର୍ସଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନର୍ସଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ କଟକ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରି ସ୍ଵାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ପରକିଆ ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ସଂପୃକ୍ତ ନର୍ସ ଜଣକ ମହିଧରପଡ଼ା ମେଡିକାଲରେ କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.