Latest Odisha News

ଢେଙ୍କାନାଳ: ବିଦ୍ୟୁତ୍ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍ ଆଘାତରେ ୭ଟି ହାତୀ ମୃତ୍ୟୁବରଣ କରିବାର ପ୍ରାୟ ୩ମାସ ପରେ ପୁଣି ବିଦ୍ୟୁତ୍ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନାଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଦୁଦୁରକୋଟ ଜଙ୍ଗଲରେ ବୁଧବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାତୀ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ହାତୀର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଏନେଇ ବନବିଭାଗକୁ ସୂଚନା ନେଇଛନ୍ତି । ଜଙ୍ଗଲୀ ବାର୍ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକ ମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

ତେବେ ମୃତ ହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଛି । ।

Comments are closed.