Latest Odisha News

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ନିବାସୀ ଶ୍ରୀତମ ସାହୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିିଳିଛି। ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଅନ୍ୟ ୨ ଗୁରୁତର ଏବେ ବି ଚିକିତ୍ସାଧୀନ ରହିଛନ୍ତି। ୨୯ ତାରିଖରେ ଏସିରେ ଗ୍ୟାସ୍‌ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା।

ଡିସେମ୍ବର ୨୯ରେ ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏୟାରକଣ୍ଡିସନରରେ ବିସ୍ଫୋରଣ ପରେ ସର୍ଟସର୍କିଟ୍ ଯୋଗୁଁ ୮୦ ପ୍ରତିଶତ ପୋଡ଼ି ଯାଇଥିଲେ ଏୟାର କଣ୍ଡିସନିଂ ମେକାନିକ୍ ଦିଲୀପ ସାମନ୍ତରାୟ। ସେ ହସ୍ପିଟାଲରେ ଲାଗିଥିବା ଏୟାର କଣ୍ଡିସନରର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଥିଲେ। ବିସ୍ଫୋରଣରେ ୫୦ ପ୍ରତିଶତ ପୋଡ଼ି ଯାଇଥିବା ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି।

ନିକଟରେ ଦିଲ୍ଲୀପଙ୍କ ପତ୍ନୀ ମଧ୍ଯ ଆତ୍ମହତ୍ୟା କରିଥିଲେ। ସ୍ବାମୀଙ୍କ ମୃତ୍ୟୁରେ ଚିନ୍ତିତ ହୋଇ ଅବସାଦରେ ଥିଲେ। ପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ ତାଙ୍କ ଗାଁଘରେ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ।

Comments are closed.