Latest Odisha News

BREAKING NEWS

କୁହୁଡି ସାଜିଲା କାଳ: ପିକନିକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୪ ମୃତ, ୨୭ ଆହତ

ଗୌହାଟି: ଆସାମର ଡେରଗାଓଁରେ ବୁଧବାର ଭୋର ପ୍ରାୟ ୫ଟା ବେଳେ ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରି କହିଛି ଯେ ଡେରଗାଓଁଠାରେ ତିନସୁକିଆର ତିଲିଙ୍ଗା ମନ୍ଦିରକୁ ୪୫ ଜଣିଆ ପିକନିକ୍ ପାର୍ଟି ନେଇ ଯାଉଥିବା ଏକ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ପିକନିକ୍ ପାର୍ଟି ବସ ଭୋର ପ୍ରାୟ ୩ଟା ବେଳେ ଯାତ୍ରା ଆରମ୍ଭ କରିଥିଲା ଏବଂ ସେମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଯାଉଥିବା ବେଳେ ମାର୍ଗେରିଟାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜୋରହାଟ ମେଡିକାଲରେ ଭର୍ତ୍ତି କରିଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣେ ଅଧିକାରୀ କହିଛନ୍ତି।

ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ୧୪ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ ଘନ କୁହୁଡି ଯୋଗୁଁ ଏହପରି ଏକ ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.