Latest Odisha News

BREAKING NEWS

ଯାତାୟତରେ ବାଧକ ସାଜୁଛି ଘନ କୁହୁଡି, ଆସନ୍ତା ୬ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ବର: ରାଜ୍ୟରେ କମୁଛି ଶୀତ ବଢୁଛି କୁହୁଡି । ସକାଳୁ ସକାଳୁ ଚାରିଆଡେ ଘନ କୁହୁଡିର ବଳୟ ଦେଖିବାକୁ ମିଳୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେଉଥିବାବେଳେ, ହଇରାଣ ହେଇଯାଉଛନ୍ତି ଲୋକେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ଅଧିକ ପ୍ରଭାବ ରହିବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।

ତେବେ ଏହି କୁହୁଡି ଆସନ୍ତା ୬ ତାରିଖ ଯାଏଁ ଏମିତି କଲବଲ କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ସେଥିମଧ୍ୟରେ ରହିଛନ୍ତି ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା,ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲା ।

ଆଜି (ବୁଧବାର) ରାତି ରୁ ଗୁରୁବାର ସକାଳ ସୁଦ୍ଧା କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କନାଳ ଓ କୋରାପୁଟ ରେ ଘନ କୁହୁଡ଼ି ଆଶଙ୍କା ରହିଛି ।

ସେହିପରି ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ରାୟଗଡ଼ା କୋରାପୁଟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଥିବାରୁ ଏହି ସବୁ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଘନ କୁହୁଡ଼ି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଭିଜିବିଲିଟି ଯଥେଷ୍ଟ ହ୍ରାସ ପାଇ ଥିଲା। ଢେଙ୍କାନାଳ ଜିଲ୍ଲା ରେ ଦୃଶ୍ୟମାନ ଦୂରତା ସର୍ବନିମ୍ନ ୩୦ ମିଟର ରହିଥିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.