Latest Odisha News

BREAKING NEWS

କେନ୍ଦ୍ରାପଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ, ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଜଗତସିଂହପୁର ପରେ କେନ୍ଦ୍ରପଡାରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଜଣେ ୬୦ ବର୍ଷୀୟ ବୃଦ୍ଧ । ନିକଟରେ ସେ କୋଲକାତାରୁ ଫେରିଥିଲେ ।

ଏହାକୁ ମିଶାଇ କେନ୍ଦ୍ରାପଡାରେ କରୋନା ରୋଗୀଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଂଚିଛି ।

ଆଜି ଗୋଟିଏ ଦିନରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୧୨୨ରେ ପହଂଚିଛି । ସେହିପରି ରାଜ୍ୟରେ କୋଭିଡ-୧୯ରୁ ଏଯାଏଁ ଚିକିତ୍ସା ପରେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.