Latest Odisha News

BREAKING NEWS

ଦିଲ୍ଲୀ ସରକାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଲା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ କରୋନା ଆକ୍ରାନ୍ତ ଥିବା ବେଳେ ଅନ୍ୟମାନଙ୍କୁ କ୍ୱାରେଂଟାଇନରେ ରଖା ଯାଇଥିଲା । ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ  କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀ ଏବେ ସେମାନଙ୍କ ଘରକୁ ଯାଇପାରିବେ ଏବଂ ଯେଉଁମାନଙ୍କ ଉପରେ ମାମଲା ରହିଛି ପୋଲିସ ସେମାନଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ କରିପାରିବ ।

ମାର୍ଚ୍ଚ ଶେଷରେ ନିଜାମୁଦ୍ଦିନ ସ୍ଥତ ତବଲିଘି ଜମାତ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଯୋଗଦେଇଥିବା ବେଳେ ପ୍ରାୟ ୪ହଜାର ଉର୍ଦ୍ଧ୍ୱ ଲୋକ ଧରାପଡ଼ିଥିଲେ । ସେଥିମଧ୍ୟରୁ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଅନ୍ୟମାନଙ୍କୁ ବିଭିନ୍ନ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା। ତେବେ ସୁସ୍ଥ ହୋଇଥିବା ବ୍ୟକ୍ତି ଓ କ୍ୱାରାଣ୍ଟାଇନ୍ ସମୟ ସୀମା ଶେଷ କରିଥିବା ଜମାତିଙ୍କୁ ଘରକୁ ଯିବା ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.