ଭଦ୍ରକ: ଭଦ୍ରକ ଷ୍ଟେସନ ରେ ପହଞ୍ଚିଲା ପ୍ରବାସୀଙ୍କୁ ନେଇ ଆସିଥିବା ଆଉ ଏକ ସ୍ୱତନ୍ତ୍ର ଟ୍ରେନ ।
ପ୍ରବାସୀ ଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଗୁଜୁରାଟ ର ଥାନଗଡ଼ରୁ ଆସିଥିବା ଜଣାପଡିଛି । ଏହି ଟ୍ରେନରେ ଗୁଜୁରାଟରୁ ୩୨୬ ଜଣ ପ୍ରବାସୀ ଆସିଥିବା ସୂଚନା ମିଳିଛି ।
ଏମାନଙ୍କୁ ସ୍କ୍ରିନିଂ ପରେ ନିଜ ଜିଲ୍ଲା ଓ ବ୍ଲକ କୁ ସ୍ୱତନ୍ତ୍ର ବସ ରେ ପଠାଯିବା ନେଇ ସୂଚନା ମିଳିଛି ।
ଆଉ କିଛି ସମୟ ପରେମହାରାଷ୍ଟ୍ରର ଥାନେରୁ ଆସୁଥିବା ଆଉ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଭଦ୍ରକରେ ପହଞ୍ଚିବା ନେଇ ଜଣାପଡିଛି ।
ଅନ୍ୟପଟେ ଖୋର୍ଦ୍ଧା ରୋଡ଼ ରେ ପହଁଚିଛି ସ୍ୱତନ୍ତ୍ର ପ୍ରବାସୀ ଶ୍ରମିକ ଟ୍ରେନ। ମୁମ୍ବାଇ ଥନେ ରୁ ଏହି ଟ୍ରେନ ଆସିଥିବା ସୂଚନା। ଆଜି ଆଉ ୩ ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ପହଂଚିବା ନେଇ ଜଣାପଡିଛି ।
Comments are closed.