Latest Odisha News

BREAKING NEWS

କରୋନା ଭାଇରସ୍ ସନ୍ଦେହରେ ଆଉଜଣେ ରୋଗୀ ଏସସିବିରେ ଭର୍ତ୍ତି

କଟକ: କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ କରୋନା ଭାଇରସ ସନ୍ଦେହରେ ୮ଜଣ ରୋଗୀ ଏପର୍ଯ୍ୟନ୍ତ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।

ଏସସିବି ମେଡ଼ିକାଲ (ହେଲଥ ଏଣ୍ଡ ଟେକନିକାଲ)ର ନିର୍ଦ୍ଦେଶକ ଡଃ ସିବିକେ ମହାନ୍ତି ସୂଚନାଦେଇ କହିଛନ୍ତି ଯେ, ଚାଇନାର ହୁବେଇ ପ୍ରୋଭିନ୍ସ ଅଞ୍ଚଳ ସହିତ ଏହି ରୋଗୀଙ୍କ ଲିଙ୍କ୍ ରହିଛି । ଆଉଜଣେ ରୋଗୀଙ୍କୁ ଏଠାରେ ରଖି ଚିକିତ୍ସା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି ।

ପୂର୍ବରୁ ଚୀନରେ ପଢୁଥିବା ଦୁଇଜଣ ଛାତ୍ର ଏଠାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଫୁଲବାଣୀର ମୂର୍ତ୍ତୃଞ୍ଜୟ ମୁନି କାଶ ଓ ଥଣ୍ଡା ଯୋଗୁଁ ଜାନୁଆରୀ ୧୧ରୁ ଏଠାରେ ରହି ଚିକିତ୍ସିିତ ହେଉଛନ୍ତି ।

ଅନ୍ୟ ଜଣେ ଛାତ୍ରଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅଣାଯାଇ ଏଠାରେ ଚିକିତ୍ସିତ କରାଯାଉଛି ।

ଇତିମଧ୍ୟରେ ଏଠାରୁ ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଯାଇଥିବା ନମୁନା ନେଗେଟିଭ୍ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.