ଭୁବନେଶ୍ୱର: କୋଭିଡ-୧୯ ରେ ଶନିବାର ଦିନ ଆକ୍ରାନ୍ତ ହୋଇଥିବା ଚାରିଜଣ ରୋଗୀଙ୍କ ମଧ୍ୟରେ ଦୁଇଜଣ ସୁନ୍ଦରଗଡର, ଜଣେ ଭୁବନେଶ୍ୱରର ଝାରପଡା ଏବଂ ଅନ୍ୟଟି କେନ୍ଦ୍ରାପଡା ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି।
ପ୍ରାପ୍ତ ସୂଚନାନୁଯାୟୀ ଝାରପଡ଼ା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନାରେ ସଂକ୍ରମଣ ୪୧ଟି ସକ୍ରିୟ ମାମଲା ରହିଛି।
ଏହାବ୍ୟତିତ ପ୍ରଥମ ଥର ପାଇଁ ସୁନ୍ଦରଗଡରେ କରୋନାଭାଇରସ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି।ସେହିପରି କେନ୍ଦ୍ରାପଡ଼ାରେ ଏହା ଦ୍ୱିତୀୟ ମାମଲା ହୋଇଥିବା ସୁତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାଭାଇରସ୍ ଦ୍ଵାରା ମୋଟ୍ ୫୪ ଆକ୍ରାନ୍ତ ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆରୋଗ୍ୟ ହୋଇଛନ୍ତି।
Comments are closed.