ନୂଆଦିଲ୍ଲୀ: ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏପରିକି ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” ବିଲ୍ ଆଗତ କରିପାରନ୍ତି।
ଏପରି ଏକ ନିର୍ବାଚନ ପାଇଁ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଅନେକ କେନ୍ଦ୍ରମନ୍ତ୍ରୀ ଏହି ପ୍ରସ୍ତାବକୁ ‘ସମୟର ଆବଶ୍ୟକତା’ ବୋଲି କହୁଥିବା ବେଳେ ବିରୋଧୀ ସଦସ୍ୟମାନେ ସେମାନଙ୍କ ନବଗଠିତ ଇଣ୍ଡିଆ ମେଣ୍ଟ ଭୟରେ ବିଜେପି ନେତୃତ୍ୱାଧୀନ ସରକାର ସାଧାରଣ ନିର୍ବାଚନକୁ ଆଗକୁ ନେବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରୁଛନ୍ତି।
ତେବେ ନିର୍ବାଚନକୁ ନେଇ ଚର୍ଚ୍ଚା କିଛି ନୂଆ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ମଧ୍ୟ ଅନେକ ଥର ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇସାରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ସମୟରେ ନିର୍ବାଚନ ଆର୍ଥିକ ବୋଝ ବଢାଉଛି ଏବଂ ବିକାଶ ପ୍ରୟାସ ଉପରେ ଏହାର ନକାରାତ୍ମକ ପ୍ରଭାବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଆର୍ଥିକ ବୋଝ କମ୍ କରାଇବ ବୋଲି କୁହାଯାଉଛି।
କିନ୍ତୁ ସମ୍ବିଧାନ “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” ବିଷୟରେ କ’ଣ କହୁଛି?
ନୀତି ଆୟୋଗର ପୂର୍ବତନ ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍) କିଶୋର ଦେଶାଇଙ୍କ ଦ୍ୱାରା ପ୍ରସ୍ତୁତଙ୍କ ସୂଚନା ଅନୁଯାୟୀ, ସମ୍ବିଧାନ ଏଭଳି ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଆଇନରେ ବିଭିନ୍ନ ପ୍ରକାର ସଂଶୋଧନ କରିବାକୁ ହେବ।
କେବଳ ସେତିକି ନୁହେଁ, ୧୯୫୧ରୁ ୧୯୬୭ ଯାଏଁ ପ୍ରତ୍ୟେକ ଥର ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେଉଥିଲା।
ତେବେ ୧୯୬୮ ଓ ୧୯୬୯ରେ କିଛି ରାଜ୍ୟ ବିଧାନସଭା ହଠାତ ଭାଙ୍ଗିଯିବାରୁ ଏକାଠି ନିର୍ବାଚନ କରିବା ଆଉ ସମ୍ଭବ ହୋଇନଥିଲା।
ତେବେ ସମ୍ବିଧାନର ଜନପ୍ରତିନିଧି ଅଧିନିୟମ ୧୯୫୧ ଅନୁଯାୟୀ
ସମ୍ବିଧାନର ଧାରା ୮୩(୨)ରେ ଲୋକସଭାର ସାଧାରଣ କାର୍ଯ୍ୟକାଳ ୫ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଛି। ଧାରା ୧୭୨ (୧) ରାଜ୍ୟ ବିଧାନସଭା ପାଇଁ ଏହାର ପ୍ରଥମ କାର୍ଯ୍ୟକାଳ ତାରିଖରୁ ସମାନ କାର୍ଯ୍ୟକାଳ ପ୍ରଦାନ କରେ।
ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ନ ଥିବାରୁ ଏହାକୁ ପୂର୍ବରୁ ଭଙ୍ଗ କରାଯାଇପାରିବ। କିନ୍ତୁ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ସେମାନଙ୍କ କାର୍ଯ୍ୟକାଳକୁ ୫ ବର୍ଷରୁ ଅଧିକ ବୃଦ୍ଧି କରାଯାଇପାରିବ ନାହିଁ।
ଭାରତୀୟ ନିର୍ବାଚନ ଆୟୋଗ ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନର ସାଧାରଣ କାର୍ଯ୍ୟକାଳ ଶେଷ ହେବାର ଛଅ ମାସ ପୂର୍ବରୁ ଅଧିସୂଚନା ଜାରି କରିବାର କ୍ଷମତା ରଖିଛନ୍ତି।
ତୃତୀୟ ସ୍ତରୀୟ (ପଞ୍ଚାୟତ/ସହରାଞ୍ଚଳ ପୌର ସଂସ୍ଥା) ନିର୍ବାଚନ ରାଜ୍ୟସ୍ତରୀୟ ଏବଂ ଏହା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧୀନରେ ରହିଛି।
Comments are closed.