ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ପ୍ରତିକ୍ରିୟା ରଖିଛନ୍ତି ଏୟାର ଇଣ୍ଡିଆ ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍।
ସେ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏକ ସାକ୍ଷାତକାରରେ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ କଷ୍ଟକର ପରିସ୍ଥିତି, ଯେଉଁଠାରେ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ଟାଟା ପରିଚାଳିତ ଏୟାରଲାଇନ୍ସରେ ଏହି ଦୁର୍ଘଟଣା ଘଟିଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। ଏବଂ ମୁଁ ଏଥିପାଇଁ ବହୁତ ଦୁଃଖିତ। ଏହି ସମୟରେ ଆମେ କେବଳ ପରିବାରକୁ ସମବେଦନା ଜଣାଇପାରିବା।
ତେବେ ବିମାନର ଡାହାଣ ଇଞ୍ଜିନ୍ ମାର୍ଚ୍ଚ ୨୦୨୫ରେ ନୂଆ ଲଗାଯାଇଥିଲା। ବାମ ଇଞ୍ଜିନ୍ ଶେଷ ଥର ପାଇଁ ୨୦୨୩ରେ ସର୍ଭିସିଂ କରାଯାଇଥିଲା ଏବଂ ଏହାର ପରବର୍ତ୍ତୀ ରକ୍ଷଣାବେକ୍ଷଣ ଡିସେମ୍ବର ୨୦୨୫ରେ କରାଯିବାର ଥିଲା। କହିବାକୁ ଗଲେ ଉଭୟ ଇଞ୍ଜିନ ଠିକ୍ ଥିଲା।
ଉଲ୍ଲେଖଯୋଗ୍ୟ, ଲଣ୍ଡନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଯାଉଥିବା ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ସମୟ ଅପରାହ୍ନ ୧:୪୦ ସମୟରେ, ବିମାନଟି ଅହମ୍ମଦାବାଦର ମେଘାଣୀ ନଗର ଅଞ୍ଚଳରେ ଥିବା ଏକ ମେଡିକାଲ୍ କଲେଜ ହଷ୍ଟେଲ୍ କମ୍ପ୍ଲେକ୍ସରେ ଖସିପଡ଼ିଥିଲା, ଯାହା ଫଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଥିବା ୨୪୨ ଜଣଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ।
Comments are closed.