ଫିରୋଜପୁର: ପାକିସ୍ତାନ ପୁଣିଥରେ ସୀମାରେ ଗୁଳିମାଡ଼ ଆରମ୍ଭ କରିଛି । ଏହା ସହିତ, ଜମ୍ମୁ-କଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି । ଭାରତୀୟ ସେନା ଦ୍ୱାରା ଆକାଶ ମାର୍ଗରେ ଅନେକ ଡ୍ରୋନକୁ ନଷ୍ଟ କରାଯାଇଛି ।
ଏହି ସମୟ ଭିତରେ ପଞ୍ଜାବରେ ୫ଟି ଡ୍ରୋନକୁ ନଷ୍ଟ କରାଯାଇଥିବାବେଳେ, ଫିରୋଜପୁରରେ ଗୋଟିଏ ଡ୍ରୋନ୍ ଜଣକ ଘର ପଖରେ ପଡି ସେଥିରେ ନିଆଁ ଲାଗିଯାଇଥିଲା । ଏଥିରେ ଗୋଟିଏ ପରିବାର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ ପଠାଯାଇଛି । ତେବେ ସମଗ୍ର ଅଞ୍ଚଳକୁ ବ୍ଲାକଆଉଟ୍ କରାଯିବା ସହ ଏୟାର ସାଇରନ ନିରନ୍ତର ବାଜି ଚିଲିଛି ।
ସେହିପରି, ରାଜସ୍ଥାନର ଅନେକ ଅଞ୍ଚଳରେ ବ୍ଲାକଆଉଟ୍ ହୋଇଯାଇଛି ଏବଂ ଡ୍ରୋନ୍ କାର୍ଯ୍ୟକଳାପର ରିପୋର୍ଟ ଆସୁଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପରିସ୍ଥିତି ସମ୍ପର୍କରେ ଏକ ବଡ଼ ବୈଠକ କରିଛନ୍ତି ।
ରିପୋର୍ଟ ଅନୁସାରେ, ପାକିସ୍ତାନ ପକ୍ଷରୁ ଅଧ ଘଣ୍ଟା ମଧ୍ୟରେ ଦୁଇଥର ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ପ୍ରଥମ ଆକ୍ରମଣ ରାତି ପ୍ରାୟ ୮ଟା ୨୮ ଏବଂ ଦ୍ୱିତୀୟ ଆକ୍ରମଣ ରାତି ୯ଟା ୨ରେ ହୋଇଥିଲା । ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶରେ ଦୁଇଟି ଡ୍ରୋନକୁ ଖସାଇ ଦେଇଥିଲା ।
ସେହି ସମୟରେ, ଯୋଧପୁରରେ ତୁରନ୍ତ ପ୍ରଭାବରୁ ବ୍ଲାକଆଉଟ୍ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି, ଯାହାକୁ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି । ଶ୍ରୀଗଙ୍ଗାନଗରରେ ମଧ୍ୟ ସମ୍ପୂର୍ଣ୍ଣ ଅନ୍ଧାର ଅଛି । ଏଠାରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଲୋକମାନେ ଯେଉଁଠାରେ ଅଛନ୍ତି, ସେଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.