Latest Odisha News

ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା; ଜଣେ ମୃତ, ୯ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରିକା ସେକ୍ଟର ୧୨ ରେ ଏକ ନିର୍ମାଣାଧୀନ ଡାକ୍ତରଖାନାର କାନ୍ଥ ଭୁଶୁଡ଼ିବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଦ୍ୱାରିକାଠାରେ ଏକ ଘରୋଇ ଡାକ୍ତରଖାନାର ତଳ ମହଲା ନିର୍ମାଣ କରାଯାଉଛି। ଅନେକ ଶ୍ରମିକ ତଳ ମହଲାରେ କାମ କରୁଥିଲେ। ଏହି ନିର୍ମାଣାଧୀନ ହସ୍ପିଟାଲ କୋଠା ଭୁଶୁଡ଼ିଲା। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ପୋଲିସ ଏକ ମାମଲା ରୁଜୁ କରିଛି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ନାମ ଦେବୀ। ସେ ଉତ୍ତରପ୍ରଦେଶ ବାସିନ୍ଦା। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପୋଲିସ କହିଛି ଯେ ସେକ୍ଟର ୧୨ ଦ୍ୱାରିକାସ୍ଥିତ ଏକ ହସ୍ପିଟାଲର ନିର୍ମାଣାଧୀନ କୋଠା ଭୁଶୁଡ଼ିବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳକୁ ଯାଞ୍ଚ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ସୂଚନା ଦିଆଯାଇଛି ଏବଂ ଏକ ମାମଲା ରୁଜୁ ହୋଇଛି।

ସୂଚନା ଥାଉକି, ଫେବୃଆରୀ ୮ ତାରିଖ ଉତ୍ତର-ପୂର୍ବ ଦିଲ୍ଲୀର ଉଚ୍ଚତର ଗୋକୁଲପୁରୀ ମେଟ୍ରୋ ଷ୍ଟେସନର କାନ୍ଥର ଏକ ଅଂଶ ଭୁଶୁଡି ପଡି ଜଣେ ୫୩ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ ଚାରିଜଣ ଆହତ ହୋଇଥିଲେ।

Comments are closed.