ବ୍ରହ୍ମପୁର: ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପାଦଦେଶର ସମୁଦ୍ର ବେଳାଭୂମିରେ ସ୍ନାନ ବେଳେ ୩ଜଣ ଛାତ୍ର ସୋମବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ହୁମ୍ମା ଚନ୍ଦ୍ରଶେଖର ସାହିର ରବୀନ୍ଦ୍ର ସ୍ୱାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫) l ମିଳିଥିବା ସୂଚନା ମୁତାବକ ସୋମବାର ଅପରାହ୍ନରେ ଜଗନ୍ନାଥ ଓ ତାଙ୍କର କେତେକ ସାଙ୍ଗ ବଟେଶ୍ୱର ମହାଦେବ ପୀଠ ସନ୍ନିକଟ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସ୍ନାନ ବେଳେ ତିନିଜଣ ଛାତ୍ର ଉଚ୍ଚ ଜୁଆରରେ ଗଭୀର ଜଳରାଶି ଭିତରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋେକ କଷ୍ଟ ସ୍ବୀକାର କରି ତିନିଜଣଙ୍କୁ ଉଦ୍ଧାର କରିଥିଲେ l ହେଲେ ସେତେବେଳକୁ ଜଗନ୍ନାଥ ସଂଜ୍ଞାହୀନ ହୋଇଯାଇଥିଲେ l ଜଗନ୍ନାଥଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପରିବାର ଲୋକେ ପହଞ୍ଚିବା ପରେ ଅଭାବନୀୟ ସ୍ଥିତି ଉପୁଜିଥିଲା। ମୃତ ପୁଅର ଚକ୍ଷୁଦାନ କରିବାକୁ ବାପା ରବୀନ୍ଦ୍ର ସ୍ୱାଇଁ ଘୋଷଣା କରିଛନ୍ତି l ମୃତ ଛାତ୍ର ଜଣକ ହୁମ୍ମା ବୀରଭଦ୍ର ହାଇସ୍କୁଲର ଦଶମ ଶ୍ରେଣୀରେ ପଢୁଥିଲେ।
BREAKING NEWS
- Ticket Cancellation Charges: ବଦଳିଲା ବନ୍ଦେ ଭାରତ ସ୍ଲିପର୍ ଏବଂ ଅମୃତ ଭାରତ ଟିକେଟ୍ ବାତିଲ ନୀତି, ଏବେ ଟିକେଟ କ୍ୟାନସେଲ୍ କଲେ ମିଳିବ ଏତିକି ରିଫଣ୍ଡ…
- Republic Day 2026: ୧୦,୦୦୦ ସ୍ୱତନ୍ତ୍ର ଅତିଥି… ଜାଣନ୍ତୁ ୭୭ତମ ଗଣତନ୍ତ୍ର ଦିବସ ପରେଡରେ କିଏ କିଏ ଦେବେ ଯୋଗ ଏବଂ କାହିଁକି ଏହା ସ୍ବତନ୍ତ୍ର…
- କାବୁଲରେ ଭୟଙ୍କର ବିସ୍ଫୋରଣ; ୭ ମୃତ, ଟାର୍ଗେଟରେ ଥିଲେ ଚୀନ୍ ନାଗରିକ!
- UAE President’s India Visit: ବିଜୁଳି ପରି ଆସିଲେ…ଭାରତ ସଙ୍ଗେ କରିଗଲେ ବଡ଼ ବଡ଼ ଡ଼ିଲ୍…
- Odisha Govt: ସବୁ ସରକାରୀ କାର୍ଯ୍ୟ ହେବ ଓଡ଼ିଆରେ: ନିର୍ମାଣ ବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି
- ଗ୍ରିନଲାଣ୍ଡକୁ ନେଇ ପୁଣି ଚେତାବନୀ ଦେଲେ ଟ୍ରମ୍ପ, କିପରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆମେରିକା?
- ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଡଙ୍ଗା ଏବଂ ଭସାପୋଲ ଚଳାଚଳ ବନ୍ଦ
- Bjp National President: ଆଜିଠୁ ବିଜେପିରେ ‘ନବୀନ’ ଯୁଗ ଆରମ୍ଭ
- Weather Update: ରାଜ୍ୟରେ ଶୀତ ଗାଏବ, ବଢୁଛି ତାପମାତ୍ରା
Comments are closed.