Latest Odisha News

BREAKING NEWS

ବିଜୟ ମାଲ୍ୟାଙ୍କ ଭୂମିକ କରିବେ ଅନୁରାଗ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଅଭିନୀତ ଅକିରା ଫିଲ୍ମରେ ପୋଲିସ ଅଫିସର ଭୂମିକା କରିଥିବା ଅନୁରାଗ କାଶ୍ୟପ ଆଉ ଏକ ବଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଏହି ପ୍ରତିଷ୍ଠିତ ନିର୍ଦ୍ଦେଶକ ବିଜୟ ମାଲ୍ୟାଙ୍କ ଭୂମିକା କରିବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଶଙ୍କରଙ୍କ ସହାୟକ ରହିଥିବା କାର୍ତିକ ଏହି ଫିଲ୍ମ ନିର୍ମାଣ କରୁଛନ୍ତି । ବିଜୟ ମାଲ୍ୟାଙ୍କ ଉପରେ ଆଧାରିତ ଫିଲ୍ମର ଭୂମିକା ପାଇଁ ସେ ଅନୁରାଗଙ୍କ ପଛରେ ପଡିଛନ୍ତି । ଫାଇଲ ନମ୍ବର ୩୨୩ରେ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୌକସୀ କରିଥିବା ଦୁର୍ନୀତି ଏହି ଫିଲ୍ମରେ ଦେଖାଯିବ ।

ତେବେ ମାଲ୍ୟାଙ୍କ ବିଳାସପୂର୍ଣ୍ଣ ଜୀବନ ଯାପନ ଏହି ଫିଲ୍ମର ମୂଖ୍ୟ ଆକର୍ଷଣ ହେବ । ଯଦି ସବୁ କିଛି ଠିକ ଠାକ ରହେ ତାହାହେଲେ ୨୦ ନଭେମ୍ବରରେ ମୁମ୍ବାଇରେ ଏହାର ଶୁଟିଂ ଆରମ୍ଭ ହେବ । ୨୦୨୩ରେ ଫିଲ୍ମକୁ ରିଲଜ କରିବା ପାଇଁ ସ୍ଥିର ହୋଇଛି ।

Leave A Reply

Your email address will not be published.