Latest Odisha News

BREAKING NEWS

ଶାରଳା ସମବାୟ ସୂତା କଳ ସମ୍ମୁଖର ଆମରଣ ଅନଶନ

ଜଗତସିଂହପୁର: ଶାରଳା ସୂତା କଳ ଆଗରେ ଆମରଣ ଅନଶନ । ନାଉଶିରା ସ୍ଥିତ ଶାରଳା ସମବାୟ ସୁତାକଳ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କର୍ମଚାରୀ । କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ଆହ୍ୱାନରେ ବିଭିନ୍ନ ଅଞ୍ଚଳର ଲୋକ ପ୍ରତିନିଧି, ସମାଜସେବୀ ଏବଂ ସୂତା କଳର ପୂର୍ବତନ କର୍ମଚାରୀ ମାନେ ୫ ଦଫା ଦାବି ନେଇ ଆମରଣ ଅନଶନରେ ବସିଛନ୍ତି ।

ସୂଚନା ମୁତାବକ, ୧୯୯୯ ମହାବାତ୍ୟା ପରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ନାଉଶିରା ଠାରେ ଥିବା ଶାରଳା ସମବାୟ ସୁତାକଳ ବନ୍ଦ ହୋଇ ଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ କରା ନ ଯିବାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଥିଲା । ଫଳରେ ୧୫୦୦ରୁ ଅଧିକ କର୍ମଚାରୀ ଜୀବିକା ହରାଇଥିଲେ । ଅନ୍ୟପଟେ ସୂତା କଳ ଉପରେ ଋଣଭାର ବଢ଼ି ୪ କୋଟି ୭୫ଲକ୍ଷରେ ପହଞ୍ଚିବା ପରେ ଷ୍ଟେଟ ବ୍ୟାଙ୍କ ଜମି ସମେତ ସମ୍ପୂର୍ଣ୍ଣ ସୂତା କଳକୁ ସିଲ୍ କରି ଅକ୍ତିଆରକୁ ନେଇଛି ।

ପ୍ରତିବାଦରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲି ଆସିଥିବା ବେଳେ ଆଜି ଆମରଣ ଅନଶନ ଆରମ୍ଭ ହୋଇଛି । ସୂତା କଳର ପୁନରୁଦ୍ଧାର ଅଥବା ଅନ୍ୟ ଶିଳ୍ପ ପ୍ରତିଷ୍ଠା, ଉକ୍ତ ଜମି ଓ ଜମି ଉପରେ ଥିବା ଶିଳ୍ପକୁ ଋଣ ମୁକ୍ତ କରିବା, ପୂର୍ବ କର୍ମଚାରୀଙ୍କୁ ଆର୍ଥିକ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଆଦି ୫ ଦଫା ଦାବି ରଖିଛନ୍ତି ଅନଶନକାରୀ ।

Leave A Reply

Your email address will not be published.