Latest Odisha News

BREAKING NEWS

ଭିଡ଼ିଓ: :ମହାଦେବଙ୍କ ମନ୍ଦିରରେ ବେଙ୍ଗ ବାହାନ

ଓଡ଼ିଶା ସମ୍ୱାଦ ବ୍ୟୁରୋ:  ତନ୍ତ୍ର ମନ୍ତ୍ରର ମନ୍ଦିର। ମନ୍ଦିର ଭିତରେ ରହଛି ଅନେକ ରହସ୍ୟ। ଆଉ ରହସ୍ୟ ଭିତରେ ପୂଜା ପାଉଛନ୍ତି ମହାଦେବ। ସବୁଠୁ ବଡ଼ କଥା ହେଉଛି ମନ୍ଦିର ସମ୍ମୁଖରେ ରହିଛି ଏକ ବଡ଼ ବେଙ୍ଗ। ଆଉ ଏହି ବେଙ୍ଗ ମନ୍ଦିର ରକ୍ଷକ ବୋଲି କୁହନ୍ତି ଲୋକେ।

ମହାଦେବଙ୍କ ଏହି ମନ୍ଦିରକୁ ବେଙ୍ଗ ମନ୍ଦିର ବୋଲି କୁହନ୍ତି। ଭଲରେ ଦେଖିଲେ ଜଣାଯାଏ ଯେମିତି ଭଗବାନ ଶିବ ଏହି ବେଙ୍ଗ ଉପରେ ହିଁ ବିରାଜମାନ କରିଛନ୍ତି।

ଉତ୍ତରପ୍ରଦେଶର ଲକ୍ଷ୍ମୀପୁରର ଏହି ମନ୍ଦିର ଗୋଟିଏ ମାତ୍ର ମନ୍ଦିର। ଯେଉଁ ଭଗବାନ ଶିବ ବେଙ୍ଗ ଉପରେ ବିରାଜମାନ କରିଥାନ୍ତି ତେଣୁ ଏହାକୁ ବେଙ୍ଗ ମନ୍ଦିର ବୋଲି କୁହାଯାଇଥାଏ। ଏହି ମନ୍ଦିର ୧୯୭୫ରେ ରାଜାରାଜୁଡା ଅମଳରୁ ରହି ଆସିଛି।

ଏନେଇ ବଡ ପୁରାଣ କଥା ବି ରହିଛି। କିଛି ବ୍ରାହ୍ମଣଙ୍କୁ ନେଇ ରହିଛି ପୁରାଣ ବିଶ୍ୱାସ। ତେକେ କିଛି ଲୋକ କୁହନ୍ତି ଶିବଲିଙ୍ଗ ନର୍ମଦା ନଦୀରୁ ମନକୁ ମନ ପ୍ରକଟ ହୋଇଛି। ଏହି ଶିବଲିଙ୍ଗ ଦିନକୁ ତିନିଥର ରଙ୍ଗ ବଦଳାଇଥାଏ। ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି। ତା ସହିତ ମନ୍ଦିରରେ ଥିବା ନନ୍ଦୀ ମଧ୍ୟ ଛିଡା ହୋଇଥାଏ ଯାହାକି ଅନ୍ୟ ମନ୍ଦିରରେ ବସିଥିବାର ଦେଖିବାକୁ ମିଳିଥାଏ।

ତେବେ ଏହି ମନ୍ଦିରକୁ ତାନ୍ତ୍ରିକ ମନ୍ଦିର ମଧ୍ୟ କୁହାଯାିଥାଏ। ମନ୍ଦିର ଉପରେ ଏକ ନଟରାଜ ମୂର୍ତ୍ତି ସହ ଏକ ତାନ୍ତ୍ରିକ ଚକ୍ର ରହିଛି। ଏହା ସୂର୍ଯ୍ୟ ଗତି ସହ ବୁଲିଥାଏ। ମନ୍ଦିର ଚାରିପାଟ ସିଡ଼ି ତିଆରି ହୋଇଛି। ସୁରକ୍ଷା ପାଇଁ ଚାରିପଟେ ସ୍ତମ୍ଭ ରହିଛି। ଯାହାକି ବହୁ ପୁରାକାଳରୁ ତିଆରି ହୋଇ ରହିଛି।

ମନ୍ଦିରରେ ରହିଛି ଏକ ରହସ୍ୟ ମୟ କୂଅ। ଯାହାକି କେବେ ବି ଶୁଖିବାର କେହି ଜାଣିନି। ଆସିଥିବା ଶ୍ରଦ୍ଧାଳୁ ପ୍ରଥମେ ଏଠି ସିଂଚନ କରି ପବିତ୍ର ହୋଇଥାନ୍ତି। ଆଉ ତା ପରେ ମନ୍ଦିର ଗର୍ଭଗୃହକୁ ଯାଇଥାନ୍ତି। ଶିବରାତ୍ରୀରେ ଏଠାରେ ସ୍ୱତନ୍ତ୍ର ଭାବେ ପୂଜା ହୋଇଥାଏ।

ଶହଶହ ବର୍ଷ ପୁରୁଣା ଏହି ମନ୍ଦିର। ରହସ୍ୟମୟ ଏହି ମନ୍ଦିର ଚାରିପଟେ ରହସ୍ୟ ଭରି ରହିଛି ହେଲେ ମନ୍ଦିର ଭିତରେ ଥିବା ବେଙ୍ଗ ହେଉ କି ନଟରାଜ ମୂର୍ତ୍ତି ହେଉ ତାର ରହସ୍ୟ କିନ୍ତୁ କାହାକୁ ବି ଜଣା ନାହିଁ । ଆଉ ଏହି ରହସ୍ୟ କେବଳ ରହସ୍ୟ ହେଇ ରହିଯାଇଛି ।

Leave A Reply

Your email address will not be published.