Latest Odisha News

BREAKING NEWS

ହେଲମେଟ ଫିତା ଲାଗି ନଥିଲେ ହଜାରେ ଟଙ୍କା ଜରିମନା

ଭୁବନେଶ୍ୱର: ମୋଟର ଯାନ ଆକ୍ଟ- ୨୦୧୯ରେ ଆସିଥିବା ଜରିମନା ନିୟମକୁ ଗ୍ରହଣ କରିବା ସାଧାରଣ ଲୋକଙ୍କ ପକ୍ଷେ ଭାରି କଷ୍ଟକର ହୋଇପଡ଼ିଥିଲା । ଏବେ ସେଥରେ କିଛି ଉନ୍ନତି ଆସିଛି । ପୂର୍ବରୁ ହେଲମେଟ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜରିମନା ପାଇଁ ଚାଲାଣ କଟୁଥିଲା । ଏବେ ହେଲମେଟର ସଠିକ୍ ବ୍ୟବହାରକୁ ନେଇ ଆସିଛି ନୂଆ ନିୟମ ।

ଯଦି ହେଲମେଟ ପିନ୍ଧିଥିବା ସତ୍ୱେ ଠିକରେ ଫିତା ବା ଲକ୍ ଲାଗିନି । ତେବେ ୧ ହଜାର ଟଙ୍କା ଚାଲାଣ କଟିବ । ଫିତା ଖୋଲା ଥିଲେ କିମ୍ବା ଛିଣ୍ଡିଯାଇଥିଲେ ମଧ୍ୟ କଟିବ ୧ ହଜାର ଟଙ୍କା ଜରିମନା । ଏହାକୁ ନେଇ କୌଣସି ପ୍ରକାର ଛାଡ଼ ହେବନି ।

ଫିତା ବ୍ୟତୀତ ହେଲମେଟ ଗୁଣବତ୍ତାକୁ ନେଇ ମଧ୍ୟ ଆସିଛି ନିୟମ । ଯଦି ହେଲମେଟରେ ବିଆଇଏସ ମାର୍କ ନାହିଁ ତାହେଲେ କଟିବ ୧ ହଜାର ଟଙ୍କାର ଜରିମନା । ବିଆଇଏସ(ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ) ମାର୍କ ଥିବା ହେଲମେଟ ବ୍ୟବହାର କରିବାକୁ ହୋଇଛି ନିୟମ । ଯାଞ୍ଚ ବେଳେ ହେଲମେଟ ବିଆଇଏସ ମାର୍କ ନଥିଲେ କଟିବ ଚାଲାଣ ।

Leave A Reply

Your email address will not be published.