Latest Odisha News

BREAKING NEWS

ଗୋଟିଏ ଗାଁରେ ଗୋଟିଏ ପରିବାର: ଅଛନ୍ତି ୯୦ ସଦସ୍ୟ

ଉତ୍ତରପ୍ରଦେଶ: ଦିନ ଥିଲା ଲୋକେ ଗୋଟିଏ ଛାତ ତଳେ ମିଶିକି ରହିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ତାହା କାଁ ଭାଁ ଦେଖିବାକୁ ମିଳୁଛି । ଏବେ କେହି ମିଶିକି ରହିବାକୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ଗୋଟିଏ ପରିବାର ହିଁ ବାସ କରୁଛନ୍ତି । ତାହା ପୁଣି ୯୦ ଜଣ ସଦସ୍ୟ । ଏହି ଗାଁର ନଁ ପରିବାରର ମୁଖ୍ୟ ବାସାଲିଆଙ୍କ ନାମରେ ମଧ୍ୟ ଜଣାଶୁଣା ।

ଖରଗୋନ ଜିଲ୍ଲା ଭଗବାନପୁର ତହସିଲ ଅନ୍ତର୍ଗତ ଦେୱାଡା ଗାଁରେ ରୁହନ୍ତି ବାସାଲିଆ ଫାଲିଆ । ଏହି ଗାଁରେ ଗୋଟିଏ ପରିବାରର ୯୦ ଜଣ ସଦସ୍ୟ ବାସ କରନ୍ତି । ତାଙ୍କ ପରିବାରରେ ୫ ପୁଅ ଏବଂ ୬ ଭାଇଙ୍କ ସମେତ ମୋଟ ୯୦ ସଦସ୍ୟ ଅଛନ୍ତି । କହିବାକୁ ଗଲେ ଏହି ପରିବାରରେ ୪୪ ଜଣ ପୁରୁଷ ଥିବା ବେଳେ ୪୬ ମହିଳା ସଦସ୍ୟ ଅଛନ୍ତି । ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ, ବିବାହ ପରେ ସେମାନେ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହିତ ଅଲଗା ଘରେ ରୁହନ୍ତି । କିନ୍ତୁ ଅନେକ ଥର ରୋଷେଇ ଏବଂ କୃଷି ସାମୂହିକ ଭାବରେ କରନ୍ତି । କିନ୍ତୁ ଏହି ପରିବାର ଏକାଠି ରହିବାର ସମାନ ସଂସ୍କୃତି ଅଛି । ସମସ୍ତେ ମିଶିକି ରହିବା ସହ କିଛି ଭାଇ ସାମୂହିକ ଭାବରେ କୃଷି ମଧ୍ୟ କରିଥାନ୍ତି ।

ଏହି ପରିବାର ସରକାରଙ୍କ ବିଭିନ୍ନ ଯୋଜନାରୁ ସର୍ବାଧିକ ଲାଭ ପାଇ ରାଜ୍ୟର ପ୍ରଥମ ପରିବାର ହୋଇପାରିଛନ୍ତି । ୯୦ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ସଦସ୍ୟ ସରକାରଙ୍କ ଯୋଜନାରୁ ମାସକୁ ୬୨ ହଜାର ଟଙ୍କା ଲାଭ ପାଉଛନ୍ତି । ଏହି ପରିବାରରେ ୧୨ ଜଣ ମହିଳା ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ଲାଡଲି ଯୋଜନାର ହିତାଧିକାରୀ ଅଟନ୍ତି । ଏହା ସହିତ କିିଛି ସଦସ୍ୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଅଟନ୍ତି । କେବଳ ଏତିକି ନୁହେଁ, ଏହି ପରିବାର ସଦସ୍ୟ ଏକ କମିଟି ଗଠନ କରିି ପୋଖରୀରେ ମତ୍ସ୍ୟଚାଷ କରି ଲାଭବାନ ହୋଇଥାନ୍ତି । ଏହି ପରିବାରର ୪୮ ଜଣ ସଦସ୍ୟ ମଧ୍ୟ ୧୦୪ କମିଟିରେ ଅନ୍ତର୍ଭୁକ୍ତ । ପରିବାର ସଦସ୍ୟ କହିଛନ୍ତି ଯେ, ବିଭିନ୍ନ ଯୋଜନାରୁ ପ୍ରାପ୍ତ ଅର୍ଥ ପିଲାମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେଉଛି । ତେଣୁ ଆମେ ମିଶିକି ସବୁ ରହୁଥିବାରୁ ଏସବୁ ସୁବିଧା ସହଜରେ ପାଇପାରୁଛୁ ଓ ଲାଭବାନ ମଧ୍ୟ ହୋଇପାରୁଛି ।

Comments are closed.