ଭୁବନେଶ୍ୱର: ୨୦୧୯ ଫେବୃୟାରୀ ୧୪ ତାରିଖ । ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଦେଶ । ଭାରତକୁ ସମ୍ଭୀଭୁତ କରିଦେଇଥିଲା ପୁଲୱାମା ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ । ଏହି ହୃଦୟ ବିଦାରକ ଘଟଣାରେ ଦେଶର ୪୪ ଜଣ ଯବାନ ଶହୀଦ୍ ହୋଇଥିଲେ। ଆଜି ଏହି ଘଟଣାକୁ ପୁରିଛି ଏକ ବର୍ଷ । ତଥାପି ଲିଭି ନାହିଁ ମନରୁ ଏହି ହୃଦୟ ବିଦାରକ ଦୃଶ୍ୟ । ମନେ ପଡିଲେ ଆଜିବି ଛାତି ଥରି ଉଠେ ଆଉ ଏହି ବୀରଙ୍କ ପାଦରେ ସମ୍ମାନରେ ମଥା ନଇଁ ଯାଏ ।
ଆତଙ୍କବାଦୀ ଷଡ଼ଯନ୍ତ୍ର ଅନୁସାରେ ସିଆର୍ପିଏଫ୍ ଯବାନଙ୍କ ବସ୍ ସହିତ ବିସ୍ଫୋରକ ଭର୍ତ୍ତି କାରକୁ ଧକ୍କା କରାଯାଇଥିଲା। ପୁଲୱାମାର ରାଜରାସ୍ତା କ୍ଷଣିକ ମଧ୍ୟରେ ଶହୀଦଙ୍କ ରକ୍ତରେ ହୋଇଗଲା ଜୁଡୁବୁଡୁ ।
ଏହାପରେ ମଧ୍ୟ ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀଙ୍କ ମନ ଶାନ୍ତ ହୋଇ ନଥିଲା। ସେମାନେ ଆଖିବୁଜା ଗୁଳି ଚାଳନା କରିଥିଲେ।
ଏହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯିବା ସହ ପ୍ରତିଶୋଧରେ ନିଆଁରେ ଜର୍ଜରିତ ହୋଇଉଠିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଶହୀଦ ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସେ କହିଥିଲେ । ସହିଦ ଯବାନ ମାନଙ୍କ ପରିବାର ପଛରେ ସମଗ୍ର ଦେଶ ରହିଛି ବୋଲି ସେ କହିଥିଲେ ।
ଦେଶ ସହିଦ ଯବାନମାନଙ୍କୁ ସାଲ୍ୟୁଟ କରୁଛି । ଆତଙ୍କବାଦୀଙ୍କ ଏହି କାଣ୍ଡ ପାଇଁ ସେମାନଙ୍କୁ ଏପରି ଶିକ୍ଷା ଦିଆଯିବ ଯେ ସେମାନେ ତାହାକୁ ଭୁଲିପାରିବେ ନାହିଁ ବୋଲ ମୋଦୀ କହିଥିଲେ ।
ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍ କରାଯାଇ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା।
Comments are closed.