Latest Odisha News

BREAKING NEWS

ମାତ୍ର ୩୦ ସେକେଣ୍ଡରେ କରୋନା ଭାଇରସର ହେବ ମୂଳପୋଛ ! ଜାଣନ୍ତୁ ଉପାୟ

ଉହାନ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏହି ଭାଇରସ ଦ୍ୱାରା ସାରା ଦୁନିଆରେ ପାଖାପାଖି ୬୦,୧୦୮ଜଣ ଲୋକ ସଂକ୍ରମଣର ଶିକାର ହୋଇସାରିଲେଣି । ମୋଟ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୯,୫୩୯ ଲୋକ କେବଳ ଚୀନରେ ଅଛନ୍ତି । ଯେବେକି, ଚୀନର ୧୩୬୧ ଲୋକ ମୃତ । ଏବେ ଜର୍ମାନୀର ବୈଜ୍ଞାନିକମାନେ କେମିତି କରୋନା ସହ ମୁକାବିଲା କରାଯାଇପାରିବ ତାକୁ ନେଇ ଅଧ୍ୟୟନ କରିଛନ୍ତି ।

ଜର୍ମାାନୀର ରୁହ୍ର ଓ ଗ୍ରୀଫ୍ସୱାର୍ଲ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଶି କରୋନା ଉପରେ ଏକ ଅଧ୍ୟୟନ କରିଛନ୍ତି । ସେହି ଅଧ୍ୟୟନ ଅନୁସାରେ, କରୋନା ଭାଇରସ ୩୦ ଡିଗ୍ରର ସେଲସିୟସ କିମ୍ବା ଏହା ଠାରୁ ଅଧିକ ତାପମାତ୍ରାରେ ଜୀବନ୍ତ ରହିପାରେନି । ଯେମିତି ତାପମାତ୍ରା ବଢ଼ି ବଢ଼ି ଯାଏ, ଭାଇରସ ନିଷ୍କ୍ରିୟ ହେବାକୁ ଲାଗେ । ଅଧିକ ତାପମାତ୍ରାରେ କରୋନାର ଶକ୍ତି କମି କମି ଯାଏ ।

ଏହା ବି ଜଣାପଡିଛି ଯେ, ମଦ (ଆଲକୋହଲ) ଦ୍ୱାରା କରୋନା ଭାଇରସକୁ ୧ମିନିଟରେ ନାଶ କରାଯାଇପାରିବ । ଯେବେକି ବ୍ଳିଚ ମାଧ୍ୟମରେ ଏହାକୁ ମାତ୍ର ୩୦ ସେକେଣ୍ଡରେ ନାଶ କରିପାରିବା ।

ଜର୍ମାନୀ ବୈଜ୍ଞାନିକଙ୍କ କହିବାନୁସାରେ, ଅନ୍ୟ ଫ୍ଲୁ ତୁଳନାରେ କରୋନା ପାଖାପାଖି ୪ ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରେ ।

Leave A Reply

Your email address will not be published.