ଭୁବନେଶ୍ୱର: ଖାଉଟିଙ୍କ ପକେଟରେ ପିଆଜ ମାଡ । ପରିବା ବଜାରରେ ସବୁଠୁ ମହଙ୍ଗା ଏବେ ପିଆଜ । ରାଜ୍ୟର କିଛି ସ୍ଥାନରେ ପିଆଜ ଦର କିଲୋପିଛା ୮୦ଟଙ୍କା ପାର କଲାଣି।
ଆଗକୁ ଆହୁରି ବଢ଼ି ୧୦୦ଟଙ୍କା ଟପିବା ଆଶଙ୍କା ରହିଛି ବୋଲି ବ୍ୟବସାୟୀ କହୁଛନ୍ତି । ପ୍ରାୟ ୪ ମାସ ତଳେ ଯେଉଁ ପିଆଜ କିଲୋ ବଜାରରେ ୨୦ଟଙ୍କାରେ ମିଳୁଥିଲା ତାହା ଏବେ ତାହା ୮୦ଟଙ୍କା ଟପିଲାଣି । ଗତ ୨ଦିନ ତଳେ ପିଆଜର ବଜାର ଡର ୫୫ ରୁ ୬୦ ଟଙ୍କା ରହିଥିବା ବେଳେ ୨ ଦିନପରେ କିଲୋ ପିଛା ୨୦ଟଙ୍କା ବୃଦ୍ଧି ପାଇ ଦର ୮୦ଟଙ୍କାରେ ପହଞ୍ଚିଛି ।
ରାଜ୍ୟ ସରକାର ମୈତ୍ରୀ ଷ୍ଟ୍ରୋରରେ ପିଆଜ ସୁଲଭ ଦରରେ ବିକ୍ରି କରୁଥିଲେ ମଧ୍ୟ ଏହା ସମୁଦ୍ରକୁ ସଙ୍ଖେ ଭଳି ।
ତେବେ ପିଆଜିର ଏନ୍ତୁଡ଼ି ଶାଳ କୁହାଯାଉଥିବା ମହାରାଷ୍ଟ୍ରରେ ଚଳିତ ବର୍ଷ ଲଗାଣ ବର୍ଷା ଯୋଗଁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି । ନାସିକରେ ପିଆଜ କୁଇଣ୍ଟାଲ ପିଛା ୬୫୦୦ରୁ ୭୫୦୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି ।
Comments are closed.