Latest Odisha News

ବଢ଼ୁଛି କରୋନା ସଂକ୍ରମଣ, ଆଜିଠୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପ୍ରତିଦିନ ରାଜ୍ୟରେ ଓମିକ୍ରନ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ତେଣୁ ସଂକ୍ରମଣ କିପରି ବୃଦ୍ଧି ନପାଇବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧାର୍ମିକସ୍ଥଳୀମାନଙ୍କରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଧାର୍ମିକ ସ୍ଥଳମାନଙ୍କରେ ବିଶେଷ କରି ପ୍ରଶାସନର ନଜର ରହିଛି ।

ପୁରୀ ଶ୍ରୀମନ୍ଦିରରେ ଆଜିଠୁ ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏଥିପାଇଁ ଗତକାଲି ଦିନତମାମ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା । ଯାହା ପ୍ରଶାସନର ଚିନ୍ତାର କାରଣ ପାଲଟିଥିଲା । କଟକଣା ହଟିବା ପରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସେପଟେ ଗଞ୍ଜାମର ସମସ୍ତ ଧାର୍ମିକ ସ୍ଥଳରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।

Leave A Reply

Your email address will not be published.