Latest Odisha News

BREAKING NEWS

ବିଗ୍ ବସ୍-୧୪ ପାଇଁ ଆରମ୍ଭ ହେଲା ଅନଲାଇନ ଅଡ଼ିସନ: ସମସ୍ତ ପ୍ରତିଯୋଗୀଙ୍କର ହେବ କୋଭିଡ ପରୀକ୍ଷା

ମୁମ୍ବାଇ: କରୋନା ମହାମାରୀ ସତ୍ତ୍ୱେ ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍ ୧୪’ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଅଡିସନ୍।

ଏହି ରିଆଲିଟି ସୋ’ର ନିର୍ମାତାଙ୍କ ନିକଟତମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ବର୍ଷ ବିଗ୍ ବସ୍ ରେ ରହିବ ‘ଜଙ୍ଗଲ ଥିମ୍’। ୩୦ ଜଣ ପ୍ରତିଯୋଗୀ ଅଡିସନରୁ ସର୍ଟଲିଷ୍ଟ ହେବେ ଏବଂ କେବଳ ୧୬ ଜଣ ବିଗ୍ ବସ୍ ଘରେ ପ୍ରବେଶ କରିବେ । ସେଥିମଧ୍ୟରୁ ୧୩ ଜଣ ସେଲିବ୍ରିଟି ଏବଂ 3 ସାଧାରଣ ଲୋକ ରହିବେ। ପ୍ରତିଯୋଗୀମାନଙ୍କୁ ବିଗ୍ ବସ୍ ଘରେ ପ୍ରବେଶ ଅନୁମତି ଦିଆଯିବା ପୂର୍ବରୁ, ସେମାନଙ୍କର କୋଭିଡ ପରୀକ୍ଷା କରାଯିବ । ପ୍ରତିଯୋଗୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେଟ୍ ଏବଂ ବିଗ୍ ବସ୍ ଘର ଭିତରେ ଥିବା ସମସ୍ତ ବସ୍ତୁ / ଆସବାବପତ୍ରକୁ ପ୍ରତିଦିନ ସାନିଟାଇଜ କରାଯିବ । ମୁମ୍ବାଇର ଫିଲ୍ମ ସିଟିରେ ‘ବିଗ୍ ବସ୍ ୧୪’ର ସେଟ୍ ନିର୍ମାଣ ହେବ ବୋଲି ସୂତ୍ରରୁ ପ୍ରକାଶ। ମାତ୍ର ଏହି ଶୋ ପ୍ରସାରିତ ହେବାରେ ସାମାନ୍ୟ ବିଳମ୍ବ ହୋଇପାରେ । ଅକ୍ଟୋବରର ପ୍ରଥମ ସପ୍ତାହ ପରିବର୍ତ୍ତେ, ଚଳିତ ବର୍ଷ ଅକ୍ଟୋବରର ଶେଷ ସପ୍ତାହରେ ଏହା ପ୍ରସାରିତ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ।

Comments are closed.