Latest Odisha News

BREAKING NEWS

ହୀରାକୁଦ ଡ୍ୟାମର ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ମାତ୍ର ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ହୀରାକୁଦ ବନ୍ଧର ଜଳ ପତ୍ତନ ୬୦୫.୮୯ ଫୁଟ୍ ରହିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୪୪,୯୦୭ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧ଲକ୍ଷ ୧୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି ।

ଉପରମୁଣ୍ଡାରେ ବର୍ଷାର ପରିମାଣ କମ୍ ହେଉଥିବାରୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଗତ ୨୯ ତାରିଖରେ ପୂର୍ବରୁ ଖୋଲାଥିବା ୩ଟି ଗେଟ୍ ବନ୍ଦ କରିଦେଇଥିଲେ । ସେହିପରି ଗତ ଜୁନ୍ ୨୫ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଡ୍ୟାମରୁ ଛଡାଯାଇଥିଲା ।

Leave A Reply

Your email address will not be published.