Latest Odisha News

BREAKING NEWS

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: ମୋବାଇଲ୍ ଆପରେ ଚିଲିକା ପାଇଁ ଡଙ୍ଗା ବୁକିଂ

ପୁରୀ: ଚିଲିକା ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଭଲ ଖବର । ଏଣିକି ଚିଲିକା ବୁଲିବା ପାଇଁ ଆସିଲେ ଆଉ ଡଙ୍ଗା ବୁକିଂ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ଅନଲାଇନରେ ଫଟାଫଟ ବୁକିଂ କରିପାରିବେ ଡଙ୍ଗା । ଖୁବଶୀଘ୍ର ଏଥିପାଇଁ ଏକ ମୋବାଇଲ୍ ଆପ୍ ସୁବିଧା କରାଯିବ ।

ଆସନ୍ତା ନଭେମ୍ବର ମାସରୁ ଏହି ସୁବିଧା ଉପଲବ୍ଧ ହେବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବରେ ଏହି ମୋବାଇଲ୍ ଆପ୍ ବିକଶିତ କରିବେ । ଡଙ୍ଗା ବୁକିଂରେ ପର୍ଯ୍ୟଟକ ଆଉ ଅସୁବିଧା ଭୋଗିବେ ନାହିଁ । ଡଙ୍ଗା ମାଲିକଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.