Latest Odisha News

BREAKING NEWS

ଭଲ ଖବର: ୬ ଲକ୍ଷ ତଳକୁ ଖସିଲା ଦେଶରେ କରୋନା ଆକ୍ଟିଭ୍ କେସ୍, ଜାଣନ୍ତୁ ଆଜିର ରିପୋର୍ଟ

ନୂଆଦିଲ୍ଲୀ: ହାରୁଛି ମହାମାରୀ, ଜିତୁଛି ଭାରତ । ସାରା ଦେଶରେ ଏବେ ଦୈନିକ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ଖସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୮ ହଜାର ୬୪୮ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧ କୁ ବୃଦ୍ଧି ପାଇଛି ।

ସେହିପରି କରୋନାରେ ଆଉ ୫୬୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୫୦% । ଦେଶରେ ପ୍ରଥମ ଥର ଆକ୍ଟିଭ୍ କେସ୍ ୬ ଲକ୍ଷ ତଳକୁ ଖସିଛି । ବର୍ତ୍ତମାନ ଆକ୍ଟିଭ୍ କେସ୍ ରହିଛି ୫ ଲକ୍ଷ ୯୪ ହଜାର ୩୮୬ ।

ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୫୭ ହଜାର ୩୮୬ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୭୩ ଲକ୍ଷ ୭୩ ହଜାର ୩୭୫କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ ହାର ରହିଛି ୯୧.୧୫% ।

Leave A Reply

Your email address will not be published.