ଭୁବନେଶ୍ୱର: ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ।ବିଭିନ୍ନ ବିଷୟର ବିଭିନ୍ନ ଗ୍ରୁପ ତିଆରି ହେବ। ଏହା ମାଧ୍ୟମରେ ହେବ ଅନ୍ଲାଇନ୍ କ୍ଲାସ। ଏନେଇ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ। କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରିବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ହ୍ୱାଟ୍ସଆପ୍ ଗ୍ରୁପରେ ନିଜ ନିଜ ବିଷୟରେ ଇଣ୍ଟରନେଟ୍ ଲିଙ୍କ ଯୋଗାଇଦେବେ ଅଧ୍ୟାପକ। ଏହାସହବପ୍ରତି ୧୫ ଦିନରେ ଥରେ ଅନ୍ଲାଇନ ଡାଉଟ୍ କ୍ଲିଅରିଂ କ୍ଲାସ୍ ନେବେ ଅଧ୍ୟାପକ। ଅନ୍ଲାଇନ କ୍ଲାସ୍ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବା ନେଇ ନିଷ୍ପତ୍ତି ହୋଇଛି।
BREAKING NEWS
- BMC Election Results: ମହାରାଷ୍ଟ୍ରର ଅଧିକାଂଶ ନଗର ନିଗମରେ ବିଜେପି ଆଗୁଆ, ଘୋର ସଙ୍କଟରେ ବିରୋଧୀ ଦଳ…
- Dog Viral Video Bijnor: ନଖାଇ ନପିଇ ଭଗବାନଙ୍କ ପରିକ୍ରମା କରୁଛି କୁକୁର, ପୂଜିଲେ ଲୋକେ…ଭାଇରାଲ ହେଉଛି ଭିଡ଼ିଓ…
- ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ
- Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ
- ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…
- ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ
- ଖଣ୍ଡଗିରୀ ମେଳାରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି, ସନାତନୀ ସଂସ୍କୃତି ନୀତିରେ ଯଜ୍ଞ ହେବ
- Honey Singh Apologises: ଭୁଲ୍ ମାଗିଲେ ହନି ସିଂହ
- ଫିଲ୍ମ ଫ୍ଲପ ହେବା ପରେ ୧୫ କୋଟି ଟଙ୍କା ଫେରାଇଲେ କାର୍ତିକ ଆର୍ଯ୍ୟନ
- ୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…
Comments are closed.