Latest Odisha News

BREAKING NEWS

କରୋନା ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଚୀନକୁ ଟିମ୍ ପଠାଇବ WHO

ଚୀନରେ କରୋନାର ଉତ୍ପତ୍ତି ସ୍ଥଳ କେଉଁଠି ? ଉହାନ୍ ମାଂସ ମାର୍କେଟ ନା ଲାବ୍ରୋଟୋରୀ ? ଚୀନ କହୁଥିବା କଥାର କେତେ ସତ ଅଛି ? ଗ୍ରାଉଣ୍ଡରୁ ତଥ୍ୟ ସଂଗ୍ରହ କରିବେ ବିଶେଷଜ୍ଞ । ଚୀନକୁ ଏକ ଟିମ୍ ପଠାଇବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ମହାମାରୀର ଛଅ ମାସ ପରେ ଏହାର ମୂଳ ଖୋଜିବାକୁ ଘୋଷଣା କରିଛି WHO ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଏହି ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ବିଶେଷଜ୍ଞ ଟିମ୍ ଚୀନ ଗସ୍ତ କରିବ । ସେଠାରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ରିପୋର୍ଟ ହସ୍ତାନ୍ତର କରିବ ଟିମ୍ । ଟେଡ୍ରୋସ କହିଛନ୍ତି, ଆମେ ଭୂତାଣୁ ସହ ଲଢ଼ିପାରିବ ଯଦି ଆମେ ଭାଇରସ୍ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା । ଏହାର ଉତ୍ପତ୍ତି ବିଷୟରେ ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ ।

ଉହାନ ସ୍ଥିତ ଏକ ଲାବ୍ରୋଟୋରୀରୁ କରୋନା ଭାଇରସ ବ୍ୟାପିଥିବା ଆମେରିକା ସମେତ ଅଧିକ ପ୍ରଭାବିତ କିଛି ଦେଶ ଦାବି କରୁଛନ୍ତି । କିନ୍ତୁ ଅଭିଯୋଗକୁ ଖଣ୍ଡନ କରି ଆସିଛି ଚୀନ । ମାଂସ ମାର୍କେଟରୁ ଭାଇରସ୍ ମଣିଷ ଦେହକୁ ବ୍ୟାପିଥିବା ଚୀନ କହୁଛି ।

Leave A Reply

Your email address will not be published.