Latest Odisha News

BREAKING NEWS

୧୩ରୁ କଲେଜ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୧୩ରୁ କଲେଜ ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍ କ୍ଲାସ । ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଏହି ଅନ୍‌ଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛନ୍ତି । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ୧୩ରୁ ଅନ୍‌ଲାଇନ୍ କ୍ଲାନ୍ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହ୍ୱାଟସ୍‌ଆପ୍‌ରେ ପିଲାଙ୍କ ପାଠ ପଢ଼ା ପାଇଁ ଗ୍ରୁପ ହେବ । ଏହି ଗ୍ରୁପରେ ସର୍ବାଧିକ ୩୨ ପିଲା ରହିବେ । ଘରେ ପଢ଼ିବାକୁ ଶିକ୍ଷକମାନେ ମେଲ୍ ବା ହ୍ୱାଟସଆପ୍‌ରେ ନୋଟିସ ଦେବେ । ଦିନକୁ ୨ରୁ ୩ ଘଂଟା କ୍ଲାସ ହେବ । ସପ୍ତାହକୁ ୩ ଦିନ ପାଠ ପଢ଼ିବେ ପିଲା । ଗୁୁଗୁଲ ମିଟ, ଜୁମ୍ ବା ସ୍କାଇପ ଜରିଆରେ ଅନ୍‌ଲାଇନ୍ କ୍ଲାସ ହେବ । ଅନ୍‌ଲାଇନ୍ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାପନ ସମ୍ପୃକ୍ତ ଶିକ୍ଷକ ନେବେ ।

ସୂଚନା ଅନୁଯାୟୀ କୋଭିଡ କଟକଣା ଯୋଗୁଁ ଏବେ ସାରା ଦେଶରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ତେବେ ଏହାରି ଭିତରେ ପିଲାଙ୍କ ପାଠ ପଢ଼ା ଆରମ୍ଭ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଅନ୍‌ଲାଇନ୍‌ରେ କ୍ଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.