Latest Odisha News

ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଅନଲାଇନ ପଞ୍ଜିକରଣ: ୧୬ ଯାଏ ଖୋଲା ରହିବ ପୋର୍ଟାଲ 

ଭୁବନେଶ୍ବର: ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଜାନୁଆରୀ ୧୬ ତାରିଖ ଯାଏ ଖୋଲା ରହିବ ପୋର୍ଟାଲ । ଯେଉଁ ହିତାଧିକାରୀ BSKY କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜିକରଣ କରିପାରିବେ ।ପ୍ରତି ପଞ୍ଚାୟତ ଓ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲାକୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏନେଇ ସ୍ଵାସ୍ଥ୍ଯ ସଚିବ ଶାଲିନୀ ପଣ୍ଡିତ ସବୁ ଜିଲ୍ଲାକୁ IEC ସାମଗ୍ରୀ ସହିତ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଉପଯୁକ୍ତ ବିବେଚିତ ହେବେ ନାହିଁ । ଅନଲାଇନ ପଞ୍ଜିକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆହ୍ବାନ ଦିଆଯାଇଛି । ବର୍ତ୍ତମାନ BSKY ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ BSKY-ନବୀନ କାର୍ଡ ଲାଗି ଯୋଗ୍ୟ ବିବେଚିତ ହେବ । ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ରୋଗଗୁଡିକ ଲାଗି ଦେୟମୁକ୍ତ ଚିକିତ୍ସା ପାଇପାରିବେ ।

BSKY- ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ରହିଛି । ହିତାଧିକାରୀମାନେ ଆସନ୍ତା ମେ ୧ରୁ ଏହି ସୁବିଧା ପାଇବେ । ହିତାଧିକାରୀ www.bskynabin.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଥିବାବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ବଂଚିତ ପରିବାରଙ୍କୁ BSKY-ନବୀନ କାର୍ଡ ପ୍ରଦାନ କରାଯିବ। କେବଳ ସରକାରୀ ଚାକିରିଆ ଓ ଆୟକର ଦାତାଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ପରିବାର ଏହି ନବୀନ କାର୍ଡ ପାଇବାକୁ ଯୋଗ୍ୟ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

 

 

Comments are closed.