Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲଖବୀର ସିଂ ଲଣ୍ଡାଙ୍କୁ ମଧ୍ୟ ସରକାର ଆତଙ୍କି ଘୋଷିତ କରି ସାରିଛନ୍ତି । ଏହି ଦୁଇ ଜଣ ଏବେ କାନାଡାରେ ଲୁଚି କରି ରହୁଛନ୍ତି । ପଞ୍ଜାବରେ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟରେ ଏମାନଙ୍କ ହାତ ରହୁଛି । ସୀମା ଆରପଟୁ ନିଶା କାରୋବାରରେ ମଧ୍ୟ ଏମାନେ ସାମିଲ ଅଛନ୍ତି । କିଛି ଦିନ ତଳେ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟାକାଣ୍ଡରେ ଗୋଲ୍ଡି ସମ୍ପୃକ୍ତ ଥିବା ଜଣା ପଡିଥିଲା । ଗୋଲ୍ଡି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର ଖାସ ସାଥୀ । ପ୍ରତିବନ୍ଧିତ ଆତଙ୍କବାଦୀ ସମୂହ ବବର ଖାଲସା ଇଂଟରନ୍ୟାଶନାଲ ସହ ମଧ୍ୟ ଗୋଲ୍ଡିର ସମ୍ପର୍କ ଥିବା ଜଣାପଡିଛି ।

ତାଙ୍କ ବିରୋଧରେ ଇଂଟରପୋଲ ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରୀ କରାଯାଇ ସାରିଛି । ଗୋଲ୍ଡିଙ୍କ ପ୍ରକୃତ ନାମ ସତୱିନ୍ଦର ସିଂ । ୧୯୯୪ରେ ମୁକ୍ତସର ସାହିବ ଜିଲାରେ ତାଙ୍କର ଜନ୍ମ ଗ୍ରହଣ ହୋଇଥିଲା । ତାଙ୍କ ବାପା ପଞ୍ଜାବ ପୋଲିସର ଉପ ନିରୀକ୍ଷକ ଥିଲେ । କାନାଡାରେ ରହି ଏହି ଆତଙ୍କବାଦୀମାନେ ଭାରତ ବିରୋଧୀ ଷଡଯନ୍ତ୍ରରେ ମଧ୍ୟ ସାମିଲ ହେଉଛନ୍ତି । ଏବେ ତାଙ୍କ ନାମରେ ୧୩ଟି ବଡ ମାମଲା ରହିଛି ।

Leave A Reply

Your email address will not be published.