Latest Odisha News

BREAKING NEWS

‘ଆମ ମସଜିଦ ଆମେ ହରାଇଲୁ…‘ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଓବେସିଙ୍କ ବିସ୍ଫୋରକ ବୟାନ

ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ପାଇଁ ଗୋଟିଏ ପଟେ ସଜବାଜ ଚାଲିଥିବାବେଳେ ଏପଟେ ବିସ୍ଫୋରକ ବୟାନ ଦେଇଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲିମିନର ମୁ୍ଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସି । ଓବେସିଙ୍କର ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଓବେସି ନିଜ ସଂପ୍ରଦାୟର ଯୁବପିଢୀଙ୍କୁ ଆହ୍ୱାନ ଦେଇ ନିଜ ଶକ୍ତି ଓ ମସ୍ଜିଦର ସୁରକ୍ଷା କରିବାକୁ କହିଛନ୍ତି ।

ଓବେସି ଏହି ଭିଡିଓରେ ଯୁବପିଢୀଙ୍କୁ କହୁଛନ୍ତି, ‘ଯୁବପିଢୀ, ମୁଁ ତୁମମାନଙ୍କୁ କହୁଛି । ଆମ ମସଜିଦ ଆମେ ହରାଇଲେ । ସେଠାରେ ଏବେ କ’ଣ ହେଉଛି ତୁମେମାନେ ଦେଖୁଛ  । ଏସବୁ ଦେଖିବା ପରେ ତୁମକୁ କ’ଣ କଷ୍ଟ ହେଉନି ?’

ସେ ଆଗକୁ ଆହୁରି କହୁଛନ୍ତି, ଯେଉଁଠାରେ ଆମେ ୫୦୦ ବର୍ଷ ଧରି କୁରାନ-ଏ-କରିମ ପଢୁଥିଲୁ ଆଜି ସେ ଜାଗା ଆମ ହାତରେ ନାହିଁ । ଆହୁରି ୩/୪ଟି ମସଜିଦକୁ ନେଇ ଚକ୍ରାନ୍ତ ଚାଲିଛି ଏହା କ’ଣ ତୁମକୁ ଦେଖା ଯାଉନି ? ଏହି ୩/୪ ମସଜିଦ ମଧ୍ୟରେ ଦିଲ୍ଲୀର ସୁନହରୀ ମନ୍ଦିର ବି ରହିଛି । ସେମାନେ ତୁମ ଭିତରେ ଥିବା ଏକତାକୁ ଭାଙ୍ଗିବାକୁ ଯାଉଛନ୍ତି । ସେମାନେ କାହିଁକି ଏହା ଚାହୁଁଛନ୍ତି ? ଦୀର୍ଘ ବର୍ଷ କଠିନ ପରିଶ୍ରମ କରିବା ପରେ ଆଜି ଆମେ ସ୍ଥିତିରେ ପହଞ୍ଚି ପାରିଛେ । ଏହା ତୁମେମାନେ ମନେ ରଖିବା ଉଚିତ ।‘

ମୁସଲିମ ସଂପ୍ରଦାୟର ଯୁବପୀଢିଙ୍କୁ ଆହ୍ୱାନ ଦେଇ ଓବେସି କହିଛନ୍ତି, ନିଜ ଶକ୍ତିକୁ ଚିହ୍ନିବାକୁ ପଡିବ । ସଂରକ୍ଷିତ ରଖିବାକୁ ପଡିବ । ନିଜ ମସଜିଦକୁ ସୁରକ୍ଷିତ ରଖିବାକୁ ପଡିବ । ଏମିତି ନ ହେଉ, ସେମାନେ ଆମ ମସଜିଦ ଛଡେଇ ନେବେ । ତୁମେ ତୁମର  ସହଯୋଗ, ଶକ୍ତିକୁ ବଜାୟ ରଖ ।  ମୋର ଆଶା..ଆଜିର ଏହି ଯୁବପିଢୀ, ଯିଏ କାଲି ବାର୍ଦ୍ଧକ୍ୟରେ ପହଞ୍ଚିବେ ସେମାନେ ଦୂର ଦୃଷ୍ଟି ସମ୍ପନ୍ନ ହୋଇ ନିଜ ଦିମାକ ଳଗାଇ ଭାବିବେ କେମିତି ନିଜକୁ, ନିଜ ଖାନଦାନକୁ, ନିଜ ସହରକୁ, ନିଜ ଧର୍ମକୁ ବଞ୍ଚାଇବାକୁ ପଡିବ ।

 

Leave A Reply

Your email address will not be published.