Latest Odisha News

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ନିମନ୍ତେ ଆଗୁଆ ହେବ ପଞ୍ଜୀକରଣ

ଭୁବେନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଏବେ ଆଗୁଆ ପଞ୍ଜିକରଣ କରିହେବ । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନଅଭିଯୋଗର ଶୁଣାଣି କରିବେ । ଏଥିପାଇଁ ୧୮ ତାରିଖରୁ ଆଗୁଆ ପଞ୍ଜିକରଣ କରାଯିବ । ଦିନକୁ ସର୍ବାଧିକ ୧ ହଜାର ଲୋକ ପଞ୍ଜୀକରଣ କରିପାରିବେ ।

ତେବେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ୍‌ ଆପ୍ଲିକେଶନ ଜରିଆରେ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ କାଗଜପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ ।

ଏହି ସମ୍ପର୍କରେ ଗୁରୁବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.