Latest Odisha News

BREAKING NEWS

ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏଥିପାଇଁ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ । କଟକଣା ସମୟରେ କଲେଜ ଆସିବା ବାଧ୍ୟତାମୂଳକ ନୁହେଁ । ଏନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି କୌଣସି କଲେଜ ଖୋଲାଯାଇ ନାହିଁ । ଅନଲାଇନ କ୍ଲାସ ବେଳେ କଲେଜ ଯିବାକୁ ଆବଶ୍ୟକତା ଦରକାର ନାହିଁ । କରୋନା ସ୍ଥିତି ନସୁଧୁରିବା ପର‌୍ୟ୍ୟନ୍ତ ଘରେ ରହି ପାଠ ପଢାଇପାରିବେ ଦିବ୍ୟାଙ୍ଗ ଅଧ୍ୟାପକ ।

Leave A Reply

Your email address will not be published.