Latest Odisha News

ମାଓ ଶିବିର ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଳାରେ ମାଓ ଶିବିର ଠାବ ହୋଇଛି । ସୋମବାର ଏସ୍‌ଓଜି ଓ ବିଏସ୍‌ଏଫ୍‌ବାହିନୀ ମିଳିତ ଭାବେ ଚଢ଼ାଉ କରି କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସାଧାକୁଂଟା ଗାଁ ମଝି ଜଙ୍ଗଲରୁ ମାଓ ଶିବିର ଠାକ କରିଛନ୍ତି । ଏଥିସହ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।

ପୂର୍ବରୁ କାଲିମେଳା ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଥିବା ବେଳେ ବିଏସଏଫ ମୁତୟନ ପରେ ସେମାନେ ଚିତ୍ରକୋଣ୍ଡା ଅଞ୍ଚଳକୁ ଚାଲି ଯାଇଛନ୍ତି । ହେଲେ ସେମାନଙ୍କ ଅସ୍ତ୍ରଶସ୍ତ୍ର ସଂପର୍କରେ ଗୁଇନ୍ଦା ସୂଚନା ପାଇଁ ଜବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

Leave A Reply

Your email address will not be published.