Latest Odisha News

BREAKING NEWS

ଓଡିଶାର ୨୬ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପ୍ରାୟ ୨୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଆକଳନ କରାଯାଇଛି ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ, ବରଗଡ, କଳାହାଣ୍ଡି, ରାୟଗଡା, ବଲାଙ୍ଗିର, ନୂଆପଡା, ସୋନପୁର, ଦେବଗଡ, ନବରଙ୍ଗପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଅନୁଗୁଳ ଓ କନ୍ଧମାଳ ଆଦି ଜିଲ୍ଲା ରହିଛି ।

ରାଜ୍ୟର ଏହି ୨୬ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି, ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ଆଜି ସକାଳ ୭ଟା ୩୦ମି. ରୁ ଦିନ ୧୦ଟା ୩୦ମି. ଯାଏଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.