Latest Odisha News

BREAKING NEWS

ପ୍ରଥମ ଆରବ ମହିଳା ଭାବେ ଗ୍ରାଣ୍ଡସ୍ଲାମ ଟେନିସ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ଓନ୍ସ

ଲଣ୍ଡନ: ଟ୍ୟୁନିସିଆର ଓନ୍ସ ଜାବେଉର ଚଳିତ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ଆଫ୍ରିକା ଏବଂ ଆରବ ଦେଶର ପ୍ରଥମ ମହିଳା ଭାବେ ଏହି ସଫଳତା ହାସଲ କରିଛନ୍ତି । ଜାବେଉର ସେମିଫାଇନାଲରେ ତାଜ୍ୟାନା ମାରିୟାଙ୍କୁ ୬-୨, ୩-୬, ୬-୧ ସେଟରେ ପରାସ୍ତ କରିଥିଲେ । ୨ ସନ୍ତାନର ମାଆ ତଥା ୩୪ ବର୍ଷୀୟା ମାରିୟାଙ୍କୁ କିନ୍ତୁ ନିରାଶ ହେବାକୁ ପଡିଛି । ପୂର୍ବରୁ ମାରିୟା ନିଜ ଦେଶର ଜୁଲି ନିମିୟରଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲେ । ଜାବେଉରଙ୍କ ସଫଳତା ନିଶ୍ଚିତ ଭାବେ ଆରବ ଦେଶଗୁଡିକୁ ଅନେକ ପ୍ରେରଣା ଯୋଗାଇବ ।

ସେ ମଧ୍ୟ ଟ୍ୟୁନିିସିଆବାସୀଙ୍କ ସହଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମହାନ ଟେନିସ ଖେଳାଳି ବିଲି ଜିନ କିଙ୍ଗ କହିଛନ୍ତି । ଜାବେଉର ଫାଇନାଲରେ ସିମୋନା ହାଲେପ ଓ ଏଲିନା ରିବକିନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବେ ।

Leave A Reply

Your email address will not be published.