Latest Odisha News

BREAKING NEWS

କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ଲକ୍ଷ୍ନୌ: କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ତାଙ୍କୁ ଲକ୍ଷ୍ନୌର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡ ସହ ୮ହଜାର ୫୦୦ ଟଙ୍କା ଜୋରିମନା ଶୁଣାଇଛନ୍ତି ।

BjdElectrycity

୧୯୯୬ ମେ’ ନିର୍ବାଚନ ସମୟରେ ରାଜ୍ ଜଣେ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ଡ୍ୟୁଟିରୁ ଅଟକାଇବା ସହ ତାଙ୍କୁ ମାଡ଼ ମାରିଥିଲେ । ମାଡ଼ ଖାଇଥିବା ନିର୍ବାଚନ ଅଧିକାରୀ ୱାଜିରଗଞ୍ଜ ଥାନାରେ ମାମଲା ରୁଜୁ କରିଥିଲେ ।

ସେତେବେଳେ ରାଜ୍ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢୁଥିଲେ । ରାଜ୍ ଗୁରୁବାର କୋର୍ଟରେ ଶୁଣାଣି ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.