Latest Odisha News

BREAKING NEWS

ଦନ୍ତା ହାତୀର ଗଳିତ ଶବ ଜବତ

ବ୍ରହ୍ମପୁର:ଗଂଜାମ ଜିଲାର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର କାନବିନ୍ଧା ଜଙ୍ଗଲରୁ ଗୁରୁବାର ସନ୍ଧ୍ୟାରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ହାତୀର ଦୁଇଟି ଦାନ୍ତକୁ କାଟି ନିଅ।ଯାଇଥିବା ଜଣାପଡିଛି ।

ତେବେ ହାତୀକୁ ମାରିଦେଇ ଦାନ୍ତ କାଢ଼ି ନିଆଯାଇଥିବା ଆଶଙ୍କା କରାଯାଉଛି । ବନ ବିଭାଗ ପହଁଚି ମୃତ ହାତୀକୁ ଜବତ କରିବା ସହ ଘଟଣା ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ଵିକ ସ୍ଥିତିରୁ ହାତୀଟି ଅନେକ ଦିନ ପୂର୍ବରୁ ମରି ଯାଇଥିବା ସନ୍ଦେହ କରାଯାଉଛି । କାରଣ ଶବଟି ପଚି ଶଢ଼ି ଯାଇଛି। ତଦନ୍ତ ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.