Latest Odisha News

BREAKING NEWS

‘୨୦ ନୁହେଁ, ୨୮ ଜାଗାକୁ ଧ୍ବଂସ କରିଛି ଭାରତ’, ସତ ମାନିଲା ପାକିସ୍ତାନ….

ନୂଆଦିଲ୍ଲୀ: ଭାରତର ‘ଅପରେସନ ସିନ୍ଦୂର’,  ସାରା ବିଶ୍ବ ଦେଖିଲା କେମିତି ସବକ୍ ଶିଖିଲା ପାକିସ୍ତାନ । ହେଲେ ପାକିସ୍ତାନ ପ୍ରଥମେ ପ୍ରଥମେ ଏହାକୁ ମାନିବାକୁ ନାରାଜ ଥିଲା । ପରେ କିଛି ସମୟ ଅପରେସନ ସିନ୍ଦୂର ନେଇ ଅନେକ ମିଛ କହି ଭାରତ ଦ୍ବାରା ହୋଇଥିବା କ୍ଷତି ନେଇ କୁମ୍ଭୀର କାନ୍ଦଣା କାନ୍ଦିଲା । ହେଲେ ଯିବ କୁଆଡେ, ଭାରତ ଏମିତି କ୍ଷତ ଦେଇଛି, ଦେଖାଇଲେ ମଲା, ନଦେଖେଇଲେ ବି ମଲା…..ତେଣୁ ଏହାରି ଭିତରେ ପାକିସ୍ତାନର ଡୋଜିୟରରେ ଅପରେସନ ସିନ୍ଦୂର ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ଭାରତୀୟ ସେନା ଯାହା କହିଛି ତାହାଠାରୁ ପାକିସ୍ତାନ ଅଧିକ କ୍ଷତି ସହିଛି ବୋଲି ଦାବି କରାଯାଇଛି ।

ଭାରତ ଅପରେସନ ସିନ୍ଦୂର ସମୟରେ କେବଳ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା, କିନ୍ତୁ ଏହା ପରେ ପାକିସ୍ତାନୀ ସେନା ଏକ ମୋର୍ଚ୍ଚା ଖୋଲିଥିଲା । ଡ୍ରୋନ୍ ଏବଂ ମିସାଇଲ୍ ମାଡ କରି ଭାରତର ସାଧାରଣ ନାଗରିକ ଏବଂ ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯଦିଓ ଭାରତୀୟ ସେନା ଏହାକୁ ବିଫଳ କରିଥିଲା, ହେଲେ ପ୍ରତିଶୋଧରେ ଏହା ପାକିସ୍ତାନର ଅନେକ ଏୟାରବେସ୍ ନଷ୍ଟ କରିଥିଲା । ପାକିସ୍ତାନର ସାମରିକ ଘାଟିକୁ ପ୍ରଚୁର କ୍ଷତି ସହିବାକୁ ପଡିଥିଲା ।

ଏହାକୁ ନେଇ ଏବେ ବଡ ଖୁଲାସା କରିଛି ନିଜେ ପାକିସ୍ତାନ । ଭାରତ ୨୦ ନୁହେଁ, ୨୮ ଟି ସ୍ଥାନକୁ ଟାର୍ଗେଟ କରିଥିଲା । ପାକିସ୍ତାନର ଡୋଜିୟର ପ୍ରକାଶ କରିଛି ଯେ ଭାରତ ପ୍ରତିଶୋଧ ଅତ୍ୟନ୍ତ ଗଭୀର ଥିଲା । ଏହା ପାକିସ୍ତାନର ୨୦ ଟି ସ୍ଥାନରେ ନୁହେଁ, ବରଂ ୨୮ ଟି ସ୍ଥାନରେ ଆକ୍ରମଣ କରିଥିଲା । ଭାରତୀୟ ସେନା ପ୍ରେସ ବ୍ରିଫିଂ ସମୟରେ ପାକିସ୍ତାନରେ ପ୍ରତିଶୋଧ ନିଆଯାଇଥିବା ସ୍ଥାନଗୁଡ଼ିକ ଉଲ୍ଲେଖ କରିନଥିଲା, କିନ୍ତୁ ଡୋଜିୟରରେ ଏହା ମଧ୍ୟ ପ୍ରକାଶ ପାଇଛି। ପେଶାୱାର, ସିନ୍ଧ, ଝାଙ୍ଗ, ଗୁଜରାନୱାଲା, ଭାୱଲନଗର ଏବଂ ଚୋର ସମେତ ଅନେକ ସ୍ଥାନ ଭାରି କ୍ଷତିଗ୍ରସ୍ତ ହୋଇଛି ।

ଭାରତ ପାକିସ୍ତାନର ଅନେକ ସାମରିକ ଘାଟିକୁ ଟାର୍ଗେଟ କରିଥିଲା। ଏହା ନୁର ଖାନ, ରଫିକି, ମୁରିଦକେ, ସୁକ୍ରୁର, ସିଆଲକୋଟ, ପସରୁର, ଚୁନିଆନ ଏବଂ ସରଗୋଧା ସମେତ ମୋଟ ୧୧ ଟି ଏୟାରବେସ୍ ଉପରେ ପ୍ରତିଶୋଧ ନେଇଥିଲା। ସମ୍ପ୍ରତି ମ୍ୟାକ୍ସର ଟେକ୍ନୋଲୋଜିଜ୍ ସାଟେଲାଇଟ୍ ଚିତ୍ର ଜାରି କରିଥିଲା। ଏହା ମାଧ୍ୟମରେ, ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନର ସାମରିକ ଘାଟିକୁ ହୋଇଥିବା କ୍ଷତି ପ୍ରକାଶ କରାଯାଇଥିଲା । ଏଥିସହିତ ଭାରତ ବାହାବଲପୁରରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଏବଂ ମୁରିଦକେରେ ଲସ୍କର-ଏ-ତୈବାର ତାଲିମ କେନ୍ଦ୍ର ସମେତ ନଅଟି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା। ଏହି ସମୟ ମଧ୍ୟରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ପାକିସ୍ତାନୀ ସେନାର ପ୍ରବେଶ ପରେ, ଅପରେସନ୍ ଏକ ବଡ଼ ରୂପ ନେଇଥିଲା।

Comments are closed.