Army Chief Warns Pakistan: ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା: ସେନା ମୁଖ୍ୟ ପାକିସ୍ତାନକୁ ପୁଣି ଦେଲେ କଡ଼ା ଚେତାବନୀ
ନୂଆଦିଲ୍ଲୀ:ଶତ୍ରୁକୁ ବଡ଼ ଚେତାବନୀ । ସ୍ଥଳସେନା ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଦେଲେ କଡା ଚେତାବନୀ । ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ଅପରେସନ ସିନ୍ଦୂର ସମ୍ପର୍କରେ କହିଛନ୍ତି ଯେ, ୮୮ ଘଣ୍ଟାର ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ଏବେଚ ବି ବାକି ରହିଛି। ଯଦି ପାକିସ୍ତାନ ଆମକୁ ଆଉ ଏକ ସୁଯୋଗ ଦିଏ, ତେବେ ଆମେ ସେମାନଙ୍କୁ କହିବାକୁ ସଂକୋଚ କରିବୁ ନାହିଁ ଯେ ଦାୟିତ୍ୱବାନ ଦେଶମାନେ ସେମାନଙ୍କ ପଡ଼ୋଶୀମାନଙ୍କ ସହିତ କିପରି ବ୍ୟବହାର କରନ୍ତି। ଆମେ ପ୍ରତ୍ୟେକ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଦିଲ୍ଲୀରେ ଅନୁଷ୍ଠିତ ଚାଣକ୍ୟ ପ୍ରତିରକ୍ଷା ଆଲୋଚନାର ଉଦଘାଟନୀ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଏହା କହିଥିଲେ।
ଦେଶର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆତଙ୍କବାଦ ସମ୍ପର୍କରେ ଏକ ପ୍ରମୁଖ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଆମ ପାଇଁ ଆତଙ୍କବାଦୀ ଏବଂ ଆତଙ୍କବାଦର ଆକ୍କା ସମାନ। ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହିତ କରନ୍ତି, ଆମେ ସେମାନଙ୍କୁ ଜବାବ ଦେବୁ।”
ସେନା ମୁଖ୍ୟ ସ୍ପଷ୍ଟ ଭାବରେ କହିଥିଲେ ଯେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଯେକୌଣସି ଦେଶ ଭାରତ ପାଇଁ ଚିନ୍ତାର ବିଷୟ। ସେ କହିଥିଲେ, “ଭାରତ ବିକାଶର କଥା କହେ । ଯଦି କେହି ଆମ ରାସ୍ତାରେ ବାଧା ସୃଷ୍ଟି କରେ, ତେବେ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ।”
ଚୀନ ସୀମା ଉପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ଗତ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏବଂ ଉନ୍ନତି ହୋଇଛି। ଉଭୟ ଦେଶର ନେତାମାନେ କଥା ହୋଇଛନ୍ତି। ଗତ ବର୍ଷ ଅକ୍ଟୋବର ଏକ ତାରିଖରୁ ଅନେକ ଉନ୍ନତି ହୋଇଛି। ଆମକୁ ଏହି ବିବାଦର ସମାଧାନ ଖୋଜିବାକୁ ପଡିବ।
ଜେନେରାଲ ଦ୍ୱିବେଦୀ ମଣିପୁର ହିଂସା ଉପରେ ମଧ୍ୟ ମତାମତ ଦେଇଥିଲେ । ସେ କହିଛନ୍ତି, ମଣିପୁର ତାଙ୍କ ପାଇଁ ସ୍ୱର୍ଗ ସଦୃଶ ଏବଂ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ପରିସ୍ଥିତି ସ୍ୱାଭାବିକ ହେବାକୁ ଯାଉଛି । ସେ ଆଶା ପ୍ରକାଶ କରିଥିଲେ ଯେ ଯଦି ସେଠାକାର ସମ୍ପ୍ରଦାୟଗୁଡ଼ିକ ସେମାନଙ୍କର ମତଭେଦ ଦୂର କରନ୍ତି, ତେବେ ପରିସ୍ଥିତିରେ ଆହୁରି ଉନ୍ନତି ହେବ ।
Comments are closed.