ଭୁବନେଶ୍ୱର: ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି ବିଜେପି । କଂଗ୍ରେସ ଏଭଳି ଅଭିଯୋଗ ବାରମ୍ବାର କରି ଆସୁଛି । ଦଳର ବିଭିନ୍ନ ନେତାଙ୍କ ଘରେ ସିବିଆଇ, ଇଡି ରେଡ୍ ପରେ ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହୁଛି କଂଗ୍ରେସ । ରେଡକୁ ବିରୋଧ କରି ଆସନ୍ତା ୧୩ ତାରିଖରେ ରାଜ୍ୟ କଂଗ୍ରେସ ପ୍ରତିବାଦ କରିବ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ୍ ସମ୍ମୁଖରେ ଓଡ଼ିଶା ପିସିସି ସଭାପତି ସରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପ୍ରତିବାଦ କରିବ । ଆସନ୍ତା ୧୩ ତାରିଖ ସକାଳ ୧୦ଟାରୁ ଦିନ ଗୋଟାଏ ଯାଏ ଇଡି କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବ କଂଗ୍ରେସ ।
Comments are closed.