Latest Odisha News

ମ୍ୟାଚ୍ ଦେଖିବାକୁ ବାରବାଟି ଯାଉଛନ୍ତି କି ? ଜାଣନ୍ତୁ କଣ କରିବେ…

କଟକ: ଆସନ୍ତାକାଲି ରବିବାର ବାରବାଟି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଜି ବାରବାଟିରେ ଅଭ୍ୟାସ କରିଛନ୍ତି ଦୁଇ ଦଳ । ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତା ପୂର୍ବରୁ ଅପରାହ୍ଣ ୩ଟାରେ ଖୋଲିବ ଷ୍ଟାଡିୟମ୍ ଗେଟ୍ ।

ତେବେ ଷ୍ଟାଡିୟମ ମଧ୍ୟକୁ ପାଣି ବୋତଲ ଓ ବାହାର ଖାଦ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଦିଆସିଲ, ହେଲମେଟ୍ ଓ ବ୍ୟାଗ ଷ୍ଟାଡିୟମକୁ ନେଇ ପାରିବେ ନାହିଁ । କେବଳ ଚଷମା ଓ ମୋବାଇଲ୍ ନେଇପାରିବେ ଦର୍ଶକ । ଏପରିକି ଷ୍ଟାଡିୟମକୁ କଏନ୍ ନେଇ ପାରିବେ ନାହିଁ । ମୁହଁରେ ମାସ୍କ ନଥିଲେ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିବ ନାହିଁ ।

ସାଧାରଣ ଦର୍ଶକ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରି ଷ୍ଟାଡିୟମକୁ ଯିବେ । ସେହିଭଳି ଓସିଏର ସଦସ୍ୟ ୧ ନମ୍ବର ଗେଟ୍ ଦେଇ କ୍ରିକେଟ୍ ଏକାଡେମୀରେ ଗାଡ଼ି ରଖିପାରିବେ । ଗଣମାଧ୍ୟମ ପ୍ରତିନିଧି କେମ୍ବ୍ରିଜ୍ ସ୍କୁଲ କ୍ୟାମ୍ପସରେ ଗାଡ଼ି ପାର୍କିଂ କରିବେ । ବିସିସିଆଇ ଅଧିକାରୀ, ମ୍ୟାଚ୍ ରେଫରୀ, ଅମ୍ପାୟର୍ସ, ଓସିଏ ଅଧିକାରୀ ଓ ଅତିଥିଙ୍କ ଗାଡ଼ି ୧୪ ନମ୍ବର ଗେଟ୍ ଦେଇ ସେଣ୍ଟ ଜାଭିୟର୍ ସ୍କୁଲରେ ପାର୍କିଂ କରାଯିବ । ବିଚାରପତି ଓ ଟିଭି କ୍ରିଉ ଗାଡ଼ି ହର୍ସ ଗେଟ୍ ନିକଟରେ ପାର୍କିଂ କରାଯିବ ।

Leave A Reply

Your email address will not be published.