Latest Odisha News

BREAKING NEWS

ବାଥରୁମରୁ ଫ୍ୟାସନ ଡିଜାଇନରଙ୍କ ମୃତ ଦେହ ଉଦ୍ଧାର

ହାଇଦ୍ରାବାଦ: ଟଲିଉଡ ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗରିମେଲା (୩୫)ଙ୍କ ମୃତ୍ୟୁ । ଶନିବାର ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କ ଘର ଭିତରୁ କାର୍ବନ ମନୋକ୍ସାଇଡର ଏକ ବୋତଲ ମିଳିଥିଲା। ଯାହାକୁ ନେଇ ସେ ଶ୍ୱାସରୁଦ୍ଧ ହୋଇଯାଇଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କୁ ମଧ୍ୟ ଏ ନେଇ ଖବର ଦିଆଯାଇଛି। କୁହାଯାଉଛି ଯେ, ପ୍ରତ୍ୟୁଷା ମାନସିକ ଅବସାଦରେ ଥିଲେ। ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଓସମାନିଆ ହସ୍ପିଟାଲକୁ ପଠାଯାଇଛି।

ପ୍ରତ୍ୟୁଷା ଆମେରିକାରେ ଫ୍ୟାସନ ଡିଜାଇନିଂରେ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୩ରେ ସେ ଲୋକଲୋଚନକୁ ଆସିଥିଲେ। ଏହା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ। ସେ ବଲିଉଡର ଅନେକ ନାମୀଦାମୀ କଳାକାରଙ୍କ ପାଇଁ କାମ କରିଥିଲେ।

Leave A Reply

Your email address will not be published.