ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ବନ୍ଦ ଥିବା ଓପିଡି ସେବାକୁ ନଭେମ୍ବର ୨ ତାରିଖରୁ ଖୋଲାଯିବ ।
କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜୁଲାଇ ୧୦ ତାରିଖରୁ ବନ୍ଦ କରାଯାଇଥିଲା ।
ଏମ୍ସର ବିଜ୍ଞପ୍ତି ଅନୁଯାୟୀ ରେଡିଓଥେରାପି, ଡାଏଲିସିସ୍, ଟ୍ରୋମା, ଏମରଜେନ୍ସି, ଲାଇଫ୍ସେଭିଂ ସର୍ଜରୀ, ଆଇପିଡି ସର୍ଭିସ୍, ଟେଲିମେଡିସିନ୍ କନସଲଟାସନ୍ ଏବଂ ‘ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ’ ଆପ୍ ପ୍ରଭୃତି ଜାରି ରହିବ ।
ଓପିଡି ଖୋଲିବାକୁ ଯାଉଥିବା ବେଳେରୋଗୀଙ୍କ ପଞ୍ଜିକରଣ ସଂଖ୍ୟାକୁ ସୀମିତ ରଖାଯାଇଛି । ଏହା ବ୍ୟତୀତ ପ୍ରତି ବିଭାଗରେ ଦୈନିକ କେବଳ ୩୦ ରୋଗୀଙ୍କ ପଞ୍ଜିକରଣ ହୋଇପାରିବ ।
ଆହୁରି ମଧ୍ୟ ନଭେମ୍ବର ୮ ତାରିଖ ଯାଏଁ ପ୍ରତିଦିନ ୩୦ ରୋଗୀଙ୍କ ପଞ୍ଜିକରଣ ହେବାକୁ ଥିବା ବେଳେ ନଭେମ୍ବର ୯ ତାରିଖରୁ ଏହି ସଂଖ୍ୟା ୩୦ରୁ ୫୦କୁ ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି।
Comments are closed.