Latest Odisha News

BREAKING NEWS

ବିନା ଇଣ୍ଟେରନେଟରେ ପରସ୍ପର ସହ କଥା ହେଲେ ଏଆଇଏଜେଣ୍ଟ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଦୁନିଆରୁ ଏପରି ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି । ଓପନ୍ ଏଆଇର ଏକ ଟେଷ୍ଟିଂ ସମୟରେ ଦୁଇଟି ଏଆଇ ଏଜେଣ୍ଟଙ୍କୁ ଅଲଗା ଅଲଗା ସୁରକ୍ଷିତ ସ୍ୟାଣ୍ଡବକ୍ସରେ ବନ୍ଦ କରାଯାଇଥିଲା । ଏହି ଏଜେଣ୍ଟମାନଙ୍କ ପାଖ ନା ଥିଲା ଇଣ୍ଟେରନେଟ୍ କନେକ୍ସନ୍, ନା କୌଣସି ନେଟୱାର୍କ କିମ୍ବା ଫାଇଲ୍ ସେୟାର୍ କରିବାର ଉପାୟ । ତଥାପି, ଏମାନେ ପରସ୍ପର ସହ ଯୋଗାଯୋଗ କରିବାର ୪ଟି ଗୁପ୍ତ ରାସ୍ତା ଖୋଜି ବାହାର କରିଛନ୍ତି ।  ଓପନ୍ ଏଆଇର ଗବେଷକମାନେ ଏହା ଯାଞ୍ଚ କରୁଥିଲେ ଯେ ସମ୍ପୂର୍ଣ୍ଣ ଅଲଗା ଭର୍ଚୁଆଲ୍ ମେସିନରେ ରଖାଯାଇଥିବା ଏଆଇ ଏଜେଣ୍ଟମାନେ ବିନା ନେଟୱାର୍କରେ ପରସ୍ପର ସହ କଥା ହୋଇପାରିବେ କି ନାହିଁ ।

ପରୀକ୍ଷଣ ସମୟରେ, ଗୋଟିଏ ଏଜେଣ୍ଟ ପ୍ରୋସେସରର କ୍ୟାସେ ମେମୋରିରୁ ନିର୍ଦ୍ଦିଷ୍ଟ ଡାଟା ହଟାଇବା ଆରମ୍ଭ କଲା, ଯେତେବେଳେ କି ଅନ୍ୟ ଏଜେଣ୍ଟଟି ନଜର ରଖିଲା ଯେ ସେହି ଡାଟା ପୁନର୍ବାର ଲୋଡ୍ ହେବାକୁ କେତେ ସମୟ ନେଉଛି । କମ୍ପ୍ୟୁଟରର ଦ୍ରୁତ ଏବଂ ମନ୍ଥର ପ୍ରତିକ୍ରିୟା ସମୟକୁ ଆଧାର କରି ଉଭୟ ଏଜେଣ୍ଟ କୋଡ୍ ଭାଷାରେ ପରସ୍ପର ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ । କେବଳ ପ୍ରୋସେସର ନୁହେଁ, ଏହି ଏଆଇ ଏଜେଣ୍ଟମାନେ ଯୋଗାଯୋଗ କରିବାର ଅନ୍ୟ ତିନୋଟି ରାସ୍ତା ମଧ୍ୟ ଖୋଜି ବାହାର କରିଥିଲେ । ଗୋଟିଏ ଏଜେଣ୍ଟ ସିଷ୍ଟମରେ ଫାଇଲ୍ ସେଭ୍ କରିବା ଏବଂ ଅଟକିବା ସମୟର ବ୍ୟବଧାନକୁ ସ୍ଥିର କଲା । ଯେପରି ଟର୍ଚ୍ଚ ଲାଇଟ୍ ଜଳାଇ ମର୍ସ୍ କୋଡ୍‌ରେ କଥା କୁହାଯାଏ, ଠିକ୍ ସେହିପରି ଏହି ଟାଇମିଂ ଜରିଆରେ ଅନ୍ୟ ଏଜେଣ୍ଟ ସନ୍ଦେଶ ବୁଝିଗଲା ।

ଯେତେବେଳେ ଉଭୟ ଏଜେଣ୍ଟ ଗୋଟିଏ ସର୍ଭରରେ ଥିଲେ, ସେତେବେଳେ ଗୋଟିଏ ଏଜେଣ୍ଟ ସିଷ୍ଟମ୍ ଉପରେ ଜାଣିଶୁଣି ଅଧିକ ବୋଝ ପକାଇଲା ଯାହାଦ୍ୱାରା କମ୍ପ୍ୟୁଟର ମନ୍ଥର ହୋଇଗଲା, ଏବଂ ଅନ୍ୟ ଏଜେଣ୍ଟ ସିଷ୍ଟମର ଏହି ଧୀର-ଜୋର୍ ଚାଲ୍‌ରୁ ସିଗ୍ନାଲ୍ ଧରିନେଲା । ତୃତୀୟ ଉପାୟରେ ସେମାନେ ସିଷ୍ଟମର ସୁରକ୍ଷା ରେକର୍ଡରେ ପରିବର୍ତ୍ତନ କରି ପରସ୍ପର ପାଖରେ କଥା ପହଞ୍ଚାଇଲେ । ତେବେ ଓପନ୍ ଏଆଇର କହିବା ଅନୁଯାୟୀ ଏହି ଉପାୟଗୁଡ଼ିକ ଏତେ ମନ୍ଥର ଏବଂ ଜଟିଳ ଯେ ଏହା ଜରିଆରେ ବଡ଼ ଧରଣର ଡାଟା ଚୋରି କରିବା ବର୍ତ୍ତମାନ ପାଇଁ ସମ୍ଭବପର ଜଣାପଡୁନାହିଁ । କିନ୍ତୁ ଭବିଷ୍ୟତର ଏଆଇ ମଡେଲଗୁଡ଼ିକର ସୁରକ୍ଷାକୁ ନେଇ ଏହା ଏକ ଗମ୍ଭୀର ଚେତାବନୀ ଅଟେ ।

Leave A Reply

Your email address will not be published.