Latest Odisha News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍ଏ‌ଆଇ ସିଇଓ ଅଲ୍ଟମ୍ୟାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍‌ଏଆଇର ସିଇଓ ସାମ ଅଲ୍ଟମ୍ୟାନ। ଭାରତ ଗସ୍ତରେ ଆସିଥିବା ଅପେନ୍‌ଏଆଇ ସିଇଓ ଆଇଆଇଆଇଟି ଦିଲ୍ଲୀରେ ଡିଜିଟାଲ ଇଣ୍ଡିଆ ଡାଏଲଗ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଏକ ସକ୍ଷାତ ହୋଇଥିଲା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ।

ଅଲ୍ଟମ୍ୟାନ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ଏଆଇର କ୍ଷମତା, ଭାରତରେ ଏହା ଦ୍ୱାରା ଦିଆଯାଇଥିବା ସୁଯୋଗ ଏବଂ ଏଆଇ ବ୍ୟବହାର କରିବା ନିୟମର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଅଲ୍ଟମ୍ୟାନ କହିଛନ୍ତି ଯେ ସେମାନେ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଅବନତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏଆଇ ବିଷୟରେ ଆଲୋଚନା କରିବାକୁ ମୋଦୀ ବହୁତ ଉତ୍ସାହିତ ଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଅଲ୍ଟମ୍ୟାନ ଖୁସି ବ୍ୟକ୍ତ କରିଛନ୍ତି। ଅଲ୍ଟମ୍ୟାନ କହିଛନ୍ତି, “ଆମ ସାକ୍ଷାତ ବହୁତ ଭଲ ଥିଲା। ମୋଦୀଙ୍କ ସହ ଆଲୋଚନା କରିବା ବେଳେ ସେ ବହୁତ ଉତ୍ସାହିତ ଥିଲେ, ପ୍ରକୃତରେ ଏଆଇ ଏବଂ ଏହାର ଉପକାରିତା ବିଷୟରେ ସେ ଚିନ୍ତା କରିଥିଲେ। ଏହି ଆଲୋଚନାରେ ମୋଦୀଙ୍କୁ ଏକ ପ୍ରଶ୍ନ କରାଯାଇଥିଲା ଯେ ଭାରତ ଚାଟଜିପିଟି(ChatGPT)କୁ ଏତେ ଶୀଘ୍ର କାହିଁକି ଗ୍ରହଣ କରିଛି ? ମୋଦୀ ଏହାର ସ୍ମାର୍ଟ ଉତ୍ତର ଦେଇଥିଲେ।”

Leave A Reply

Your email address will not be published.